ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୫
ମୁଁ ସେଦିନ ନ ଥିଲେ ବି ମୋ କବିତା ଥିବ
ମୁଁ ସେଦିନ ନ ଥିଲେ ବି ମୋ ଗୀତ ଥିବ
ସୂର୍ଯ୍ୟକୁ ମୁହଁ କରି ଛିଡ଼ା ହୋଇଥିବା ଏକ
କନିଅର ଗଛଟିଏ ଥିବ।
ଭଲ ପାଇବାରେ ଦିନେ
ଭିଜିଥିବା ଚିଠି ସବୁ
ପେଡ଼ିଲୁଗା ପରି ସେ ଯେ
ସାଇତା ଯେ ଥିବ
ସୂର୍ଯ୍ୟକୁ ମୁହଁକରି ଛିଡ଼ା ହୋଇଥିବା
ଏକ କନିଅର ଗଛଟିଏ ଥିବ।
ଛୁଇଁଦେଇ କବିତାକୁ
ତମେ ସତେ ମହକି ଉଠିବ
ମୁଁ ସେଦିନ ନ ଥିଲେ ବି ମୋ କବିତା ଥିବ।