ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୩
ନାଲି କଇଁଟିଏ ଫୁଟିଲା କେମିତି
ଆଜି ଏତେ ଦିନ ପରେ
ତୁମରି ନାଁ ତ ଲେଖା ହୋଇଅଛି
ତାର ପ୍ରତି ପାଖୁଡ଼ାରେ ।
ଯାହା ଯାହା ମୋର ହଜି ଯାଇଅଛି
ଆଜି ମୋର ଜୀବନରେ
ଯାହା ଯାହା ଅବା ହଜାଇ ଦେଇଛି
ଅଜାଣତେ କେତେବେଳେ
ସେ ସବୁ ଯେମିତି ଲହରୀ ଖେଳୁଛି
ନୀଳ ଢେଉ ନୀଳ ଜଳେ ।
ଏ ଗାଆଁକୁ ସତେ ଆସିଛି ବୋଲି ମୁଁ
ଆଜି ଏତେ ଦିନ ପରେ
ତୁନିତାନି ହୋଇ ନାଲି କଇଁଟିଏ
ପାଖୁଡ଼ା ମେଲୁଛି ଧୀରେ ।