ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ନଭେମ୍ବର ୨୦୨୩
ନିଜ ସହ ନିଜେ ଭେଟିନି ଏଯାଏଁ ଭେଟିବାକୁ ମନ ଧାଏଁ ।
ଧାଇଁଲେ କି ହେବ ଧରି କି ହୁଅଇ ନିଜଠୁ ମୁଁ ଦୁରେ ଥାଏ।।
ଦୁରରେ ଥାଇ ବି ନିଜ ଛାଇଟାକୁ ନଦେଖିଲେ ଲାଗେ ବ୍ୟସ୍ତ।
ନିଜକୁ ଭେଟିବା ସୂରୁଜଟା ଯେବେ ଅବେଳରେ ହୁଏ ଅସ୍ତ।।
କେବେ ପଡ଼ୁଥାଏ କେବେ ଉଠୁଥାଏ ଝୁଣ୍ଟୁଥାଏ ସମୟରେ।
ସମୟ ବି ଡୁବେ ଦହଡ଼ଯାଉରେ ନିଜେ ହଜୁଥାଏ ଦୁରେ।।
ଦାର୍ଢ୍ଯତାଭକ୍ତି ମୁଁ ପଢ଼ିଲି ଭାବରେ ପଢ଼ିଲି ମୁଁ ଭାଗବତ।
ଶ୍ମଶାନେ ଭେଟିଲି ନିଜକୁ ନିଜେ ମୁଁ ବଦଳାଇ ନିଜ ମତ।।
ନିଜସହ ନିଜେ ନିରବରେ କେବେ ଏକାଠି ଯଦି ମୁଁ ହୁଏ।
ନିଜକୁ ଚିହ୍ନିବା ଅବା ନଚିହ୍ନିବା ଦ୍ବିବିଧା ଗୋଡ଼ଉ ଥାଏ।।
କୋଡ଼ୁଥାଏ ଯେତେ ମାଡ଼ୁଥାଏ ସେତେ କାଣିଚାଏ ସୁଖ ପାଇଁ
ସୁଖ ସହରରେ ଦୁଃଖ ପା ଅଚିହ୍ନା ସହଜେ କି ଚିହ୍ନି ହୋଇ।।
ନିଜକୁ ଚିହ୍ନ କି ନିଜକୁ ହଜାଅ ନିଜେ ସହ ନିଜେ ଥାଅ।
ନିଜେ ବାଛି ନେଇ ନିଜ ଚଲାବାଟ ନିଜଠି ବତୁରୁଥାଅ।।