ମାନସ ରଂଜନ ମହାପାତ୍ର, ପୁରୀ, ୪ ନଭେମ୍ବର ୨୦୨୩
ସିଏ ସଭିଙ୍କୁ ଭୁଲାଏ, ଅଥଚ
ନିଜେ ଭୁଲେ ନାହିଁ
ଯିଏ କଟକ ଯାଏ, ହଜିଯାଏ ଚାନ୍ଦିନୀଚୌକରେ
ତ ମିଳେ
ଦୋଳମୁଣ୍ଡାଇ ବା ବାଦାମବାଡ଼ିରେ
କଟକ ସଭିଙ୍କୁ ହଜାଏ,
ନିଜେ ହଜେ ନାହିଁ।
ମୋର ଏବେ ବି ମନେଅଛି
ସେଦିନ ପଚାଶବର୍ଷ ତଳେ
କାଳିଗଳିରେ ହଜିଯିବା କଥା
ଦିନେ ଏମିତି ବୁଲୁବୁଲୁ କଟକରେ
ହଜିଗଲି ବାଲୁବଜାରରେ
ପହଞ୍ଚିଲି ଗ୍ରୀନପାର୍କରେ, ଦିଲ୍ଲୀରେ
କଟକ ସେଇଠି ଥିଲା କାଠଯୋଡ଼ି କୂଳେ ଠିଆ
ଦାରୁଭୂତ ମୁରାରୀ
ସମସ୍ତେ ଏବେ ରାଜଧାନୀରେ
ଚକମକ ପୋଷାକରେ
କଟକ ଏବେ ନିଖୋଜ
ବହୁଦିନୁ କଟକ ସହ ଦେଖାହୋଇନାହି
କୁଆଡେ଼ କେମିତି ହଜିଗଲା କେଜାଣି !
ପଚାରୁଛି ବାରମ୍ବାର ନିଜକୁ ତ
ଉତ୍ତର ପାଉନାହିଁ ।।