• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିଖୋଜ ପ୍ରଜାପତି

ନିଖୋଜ ପ୍ରଜାପତି
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ଫେବୃଆରୀ ୨୦୨୩

ଭାବୁଛି ଆଉ କହିବିନି କଥା
ଲେଖିବିନି ବି କବିତା
ମୁଁ କେଉଁଠି ନାହିଁ
ଆଜିକାଲି
ନା ପୁରୀ ନା କଟକ ନା ଉମରକୋଟ
ନା ଲକ୍ଷ୍ନୌ ନା ଭୁବନେଶ୍ୱର ନା ଦିଲ୍ଲୀ
ନା ଶିଲଂ
କେଉଁଠି ହଜିଗଲି କେଜାଣି !

କିଛି ଅଧାଲେଖା କବିତା
କିଛି ଅଧାକୁହା ଗପ
କିଛି ଅଧାଅଙ୍କା ଚିତ୍ରର କାନଭାସ୍
ମୁଁ ଏକ ଅସରନ୍ତି ଗୀତ
ନିଜ ଭିତରେ ଜଳି ଜଳି ମରିଯିବି
କାହା ସାହାଯ୍ୟ ଦରକାର ନାହିଁ
ଅଲୋଡ଼ା ଅନାମଧେୟ ଲୋକଟିଏ
ପୃଥିବୀର ଶୋଭାଯାତ୍ରାରେ
ମୁଁ ଗାଇପାରୁନି ଗୀତ ଆଗଭଳି
ଲେଖିପାରୁନି ପଦେ ବି
ହେଲେ ଡୁବିଯାଉଥିବା ଜାହାଜକୁ ଛାଡ଼ି
ଯାଇପାରୁନି ଆଗକୁ

ଏ କେମିତି ସକାଳ କହିଲ ?
ଯେଉଁଠି ପ୍ରତି ଶେଷ
ଦେଉଥାଏ ଆରମ୍ଭର ଭ୍ରମ
ଆରମ୍ଭ ହେଉଥାଏ ହେଇପାରୁନଥାଏ
ସରି ଆସୁଛି କି ଏବେ
ମୋ ଦିନ ସବୁ !
ମୋ ସହର ଲୋକେ ଭୁଲିଗଲେଣି କି
ଯେ ମୁଁ ବି ଥିଲି କେବେ ଏଠି—-
କେତେ କଷ୍ଟ ଭିଡ଼ରେ ହଜିଯିବା
ଏକାଏକା !
ଚୁପଚାପ୍ ହଜିଯାଉଥିବା ଫଟୋମାନଙ୍କ ଭିଡ଼ରେ

କିଏ କେଉଁଠି ଅଛ
ଆସ ଭାଇ, ଆସ
ଖବର ଦିଅ
ହଜିଯାଇଥିବା ଲୋକଟିର
ନିଖୋଜ ଫଟୋମାନଙ୍କରେ !

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.