ମାନସ ରଞ୍ଜନ ମହାପାତ୍ର, ପୁରୀ, ୫ ଅପ୍ରେଲ ୨୦୨୩
ତୁମେ କେତେ ଅସହାୟ
ହେ ପ୍ରକୃତି, ହେ ଈଶ୍ୱର !
ଠିକାଦାରମାନଙ୍କ ସହରରେ
କାହିଁକି ଅସହାୟ ହେଇ
ବଞ୍ଚିଥାଅ ଆଜିକାଲି
ସବୁ ଅନାମ ନିଖୋଜ
ଏ ସହରେ ଖାଲି ମରୁବାଲି
ଅଜଣା ଉପଦ୍ଵୀପରେ
ସମସ୍ତେ ନିଖୋଜ
କେଉଁଠି ଅଛ ଯେ ତମେ
ସବୁ ଏଠି କ୍ଷତର ବଜାର
ସବୁ ନିଜ ନିଜ ଖୋଳପା ଭିତରେ
ଏଠି କେହି କାହାର କେବେ ବି କେଉଁଠି
ଦେଖାହେବାର ନାହିଁ
ତୁମେ ଅଛ ତ ଥାଅ ତୁମ ମନ୍ଦିରରେ
ନିରାପଦ ନିଜତ୍ବରେ
ତୁମ ପାଚେରୀ ସେପାଖେ ଘଟୁଛି ତ ଘଟୁ
କେତେ ନା କେତେ ଦୁର୍ଘଟଣା
ତୁମେ ବଞ୍ଚି ରୁହ ଅସହାୟ ଈଶ୍ୱର
ନିରବରେ,ନିରବତାରେ !