• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିଃଶବ୍ଦ ଶବ୍ଦରେ ଆଜି

ନିଃଶବ୍ଦ ଶବ୍ଦରେ ଆଜି
Share on FacebookShare on Xshare on Whatsappshare on Linkedin
ମାନସ ରଂଜନ ମହାପାତ୍ର, ପୁରୀ, ୨୧ ଡିସେମ୍ବର ୨୦୨୩

ଥରେ ମାଗିଦେଇଛି
ବାରମ୍ବାର ହାତ ପତେଇପାରିବି ନାହିଁ
ଇଛାହେଲେ ଦେବ
ନହେଲେ ମନାକରି ଫେରେଇ ଦେବ

ଯାତ୍ରା ସରିଗଲାଣି
ଏବେ ଫେରିବାର ବେଳ
ଯିଏ ଯାହା ଯାମାଯୋଡ଼, ବକସିସ୍ ପାଇଲେ
ନେଇ ଫେରିଗଲେଣି
ମୁଁ ତୁମ ବଡ଼ଦାଣ୍ଡରେ
ହାତପତେଇ ଠିଆହୋଇଛି
କେଉଁ ଅନନ୍ତକାଳରୁ

ବହୁ ଭିକାରୀ ତୁମ କରୁଣାରୁ
ଏ ଭିତରେ କୋଟିପତି ହୋଇଗଲେଣି, ଜାଣ !
ଏବେ ଉତ୍ସବ କରି ବଖାଣୁଛନ୍ତି
ଗୁଣଗ୍ରାମ
ତୁମେ ଚୁପଚାପ୍ ଦାରୁଭୂତ ମୁରାରି
ଏବେ ଉଠ, କେବେଠୁ ଶୋଇଛ ଅନନ୍ତ ଶୟନରେ କହିଲ !

ଆଜି ଶେଷଦିନ
କାଲିକୁ ମାଗିବାକୁ ମୁଁ ନଥିବି
ତୁମେ ଥିବତ !

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.