ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଡିସେମ୍ବର ୨୦୨୩
ଓଁ ନମଃ ଶିବାୟ…. ଓଁ ନମଃ ଶିବାୟ….
ଶିବ ହେ ଶିବ ହେ ମହାଦେବା
ତ୍ରିପୁର ନାଥ ପିନକିଧର ।
ଗଳାରେ ନାଗ ପାଉଛି ଶୋଭା
ଚନ୍ଦ୍ର ମଉଡ଼ି ହେ ଗଙ୍ଗାଧର ।।
ଓଁ ନମଃ ଶିବାୟ…..
ଆଦି ଶଙ୍କର ହେ ଉମାବର
ଧ୍ୟାନେ ମଗ୍ନ ପ୍ରଭୁ ହେ ଯୋଗେଶ୍ୱର ।
ପାର୍ବତୀ କାନ୍ତ ଭୋଳା ମହେଶ
କୈଳାଶ ପତି ତ୍ରୟମ୍ବକେଶ୍ୱର ।।
ଓଁ ନମଃ ଶିବାୟ…..
ମହାକାଳେଶ୍ଵର ହେ ସୋମନାଥ
ତ୍ରୀନେତ୍ରୟ ପ୍ରଭୁ ଉମାଶଙ୍କର ।
ରାମେଶ୍ବର ଠାରେ ପାଉଅଛ ପୂଜା
ଡମ୍ବୁରଧାରି ହେ ନାଗେଶ୍ଵର ।।
ଓଁ ନମଃ ଶିବାୟ…..
ବିଶ୍ଵରୂପା ମହାହନୁ ଲୋକପାଳ
ସ୍ଵୟଂଭୂ ହେ ନାଥ ଘ୍ରୀଷ୍ମେଶ୍ୱର ।
ସୋମନାଥେଶ୍ୱର ତ୍ରିଶୂଳଧାରୀ
ପଶୁପତିନାଥ ଗୁଣାକର ।।
ଓଁ ନମଃ ଶିବାୟ…..
ଦଶବାହୁ ନୀଳକଣ୍ଠ ନାଥ ଆହେ
କପର୍ଧପୀ ହେ ଯୋଗେଶ୍ୱର ।
ମହାକ୍ରମା ଭୂତନାଥ ଆହେ ପ୍ରଭୁ
ଖଚର ଭୂଚର ମହେଶ୍ୱର ।।
ଓଁ ନମଃ ଶିବାୟ…..
ହେ ଶ୍ମଶାନ ବାସି ମହାକାଳ ଯୋଗୀ
ମହିଚାରି ତୁମେ ବିଶ୍ୱେଶ୍ୱର ।
ନଟରାଜ ରୂପେ ପ୍ରକଟ ହୋଉଛ
ତ୍ରିଜଟି ଧୃଜଟି ଯେ ନିଶାଚର ।।
ଓଁ ନମଃ ଶିବାୟ…..
ପଞ୍ଚଭୂତ ପ୍ରଭୁ ହେ କେଦାରନାଥ
ହରିକାଳି ଙ୍କଟ ଙ୍କଟା ହେ ହର ।
ତିରଣ କାମୁଡ଼ି ଶରଣ ପଶୁଛି
ଜଗତ ଉଦ୍ଧାର ସର୍ବେଶ୍ଵର ।।
ଓଁ ନମଃ ଶିବାୟ…..