• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୬ ଡିସେମ୍ବର ୨୦୨୩

ଓଁ ନମଃ ଶିବାୟ…. ଓଁ ନମଃ ଶିବାୟ….

ଶିବ ହେ ଶିବ ହେ ମହାଦେବା
ତ୍ରିପୁର ନାଥ ପିନକିଧର ।
ଗଳାରେ ନାଗ ପାଉଛି ଶୋଭା
ଚନ୍ଦ୍ର ମଉଡ଼ି ହେ ଗଙ୍ଗାଧର ।।
ଓଁ ନମଃ ଶିବାୟ…..

ଆଦି ଶଙ୍କର ହେ ଉମାବର
ଧ୍ୟାନେ ମଗ୍ନ ପ୍ରଭୁ ହେ ଯୋଗେଶ୍ୱର ।
ପାର୍ବତୀ କାନ୍ତ ଭୋଳା ମହେଶ
କୈଳାଶ ପତି ତ୍ରୟମ୍ବକେଶ୍ୱର ।।
ଓଁ ନମଃ ଶିବାୟ…..

ମହାକାଳେଶ୍ଵର ହେ ସୋମନାଥ
ତ୍ରୀନେତ୍ରୟ ପ୍ରଭୁ ଉମାଶଙ୍କର ।
ରାମେଶ୍ବର ଠାରେ ପାଉଅଛ ପୂଜା
ଡମ୍ବୁରଧାରି ହେ ନାଗେଶ୍ଵର ।।
ଓଁ ନମଃ ଶିବାୟ…..

ବିଶ୍ଵରୂପା ମହାହନୁ ଲୋକପାଳ
ସ୍ଵୟଂଭୂ ହେ ନାଥ ଘ୍ରୀଷ୍ମେଶ୍ୱର ।
ସୋମନାଥେଶ୍ୱର ତ୍ରିଶୂଳଧାରୀ
ପଶୁପତିନାଥ ଗୁଣାକର ।।
ଓଁ ନମଃ ଶିବାୟ…..

ଦଶବାହୁ ନୀଳକଣ୍ଠ ନାଥ ଆହେ
କପର୍ଧପୀ ହେ ଯୋଗେଶ୍ୱର ।
ମହାକ୍ରମା ଭୂତନାଥ ଆହେ ପ୍ରଭୁ
ଖଚର ଭୂଚର ମହେଶ୍ୱର ।।
ଓଁ ନମଃ ଶିବାୟ…..

ହେ ଶ୍ମଶାନ ବାସି ମହାକାଳ ଯୋଗୀ
ମହିଚାରି ତୁମେ ବିଶ୍ୱେଶ୍ୱର ।
ନଟରାଜ ରୂପେ ପ୍ରକଟ ହୋଉଛ
ତ୍ରିଜଟି ଧୃଜଟି ଯେ ନିଶାଚର ।।
ଓଁ ନମଃ ଶିବାୟ…..

ପଞ୍ଚଭୂତ ପ୍ରଭୁ ହେ କେଦାରନାଥ
ହରିକାଳି ଙ୍କଟ ଙ୍କଟା ହେ ହର ।
ତିରଣ କାମୁଡ଼ି ଶରଣ ପଶୁଛି
ଜଗତ ଉଦ୍ଧାର ସର୍ବେଶ୍ଵର ।।
ଓଁ ନମଃ ଶିବାୟ…..

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.