ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୪
ଜହ୍ନପରି ଝିଅଟିଏ ପୁଲକିତ
ହେଲା ମନେ ମନେ
ଅମୃତ କି ବିଞ୍ଚିଦେଲା କିଏ
ତା’ କୁମାରୀ ବନେ।
ସେ ବନରେ ଆଉ ଦିନେ
ବସନ୍ତ ଆସିଲା
ପଳାସ ଫୁଲର ଦେହ
ମହକି ଉଠିଲା ।
ପୁଷ୍ପାୟିତ ହେଲା ଦେହ
ସୁଗନ୍ଧିତ ମନ
କୁଆଁରୀ ମନରେ ତାର
କୋକିଳ ଗାଇଲା
ଜହ୍ନପରି ଝିଅଟିଏ ଖୁସିହୋଇ
ପବନକୁ ଗୀତ ଶୁଣାଇଲା।