ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୩
ପବନର ଖୋଲା ଲଫାପାରେ
କୁହୁଡ଼ି କୁହୁକ ଘେରା
ବିହାଗ ରାଗର ସ୍ଵର ଶୁଭେ ରହି ରହି
ଶୀତ ଆକାଶରେ ।।୧।
ଶୀତର ଚିଠିରେ କେତେ ଝଲମଲ ଗାଁ ନଈ
ଗେଣ୍ଡାଳିଆ ପରର ଠିକଣା
ଶୀତର ଚିଠିରେ କେତେ ବେଣ୍ଟ ପୋଖରୀର ଛାଇ
ସାତ ତାଳ ପାଣିର ଇସାରା ।।୨।
ଏମିତି ଶୀତରେ ଦିନେ ଚିଠି ହୋଇ
ଆମେ ଦୁହେଁ ଉଡ଼ି ଯାଇଥିଲେ
ଦିଗ୍ବଳୟ ଡେଇଁ
ଶୀତ ଆକାଶରେ
ଚିଠି ତ ସ୍ମୃତିର ଘର, ମିଠା ମିଠା ସ୍ପନ୍ଦନରେ
ଉଦବେଳିତ ଶୀତର ଢେଉରେ ।।୩।