ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୪ ମଇ ୨୦୨୪
ରଜତ ନୁହଁନ୍ତି ସୁବର୍ଣ୍ଣ ଅଟନ୍ତି
ମାହାଙ୍ଗା ର ବରପୁତ୍ର ।
କୋଟିରେ ଗୋଟିଏ ଜନମ ନିଅନ୍ତି
ତାଙ୍କ ପରି ସହିତ୍ୟିକ ।।
ଓଡ଼ିଆ ଭାଷାକୁ କରି ସେ ମନ୍ଥନ
ଅମୃତ କଳସ ଧରି ।
ଉଭା ହୋଇଥିଲେ ଓଡ଼ିଶା ମାଟିରେ
ବାଣ୍ଟୁ ଥିଲେ ପୁର ପଲ୍ଲୀ ।।
ଜଗନ୍ନାଥ ଆଉ ଭଞ୍ଜ ସାହିତ୍ୟର
ଥିଲେ ବହୁ ଜଣା ଶୁଣା ।
ଆମେରିକା ଯାଇ ବଖାଣିଲେ କେତେ
ଜଗନ୍ନାଥଙ୍କ ମହିମା ।।
ରଥ ଯାତ୍ରା ବେଳେ ଶ୍ରୀକ୍ଷେତ୍ରରେ ବସି
କରନ୍ତି ମହିମା ଗାନ ।
ଲକ୍ଷ ଲକ୍ଷ ଭକ୍ତ ସ୍ତବ୍ଧ ହେଉଥିଲେ
ଶୁଣି ଓଜସ୍ୱୀ ଭାଷଣ ।।
ତାଙ୍କ ସମୟରେ ପାଲା ଜଗତରେ
ହଇଚଇ ସୃଷ୍ଟି କଲେ ।
ଜ୍ଞାନ ରୂପକାର ଗନ୍ତା ଘର ଥିଲେ
କେତେ ନୀତି ବାଣୀ ଦେଲେ ।।
ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାର ସହିତ
ଢ଼ାଳଇ କୋଟି ପ୍ରଣତି ।
ପ୍ରଭୁ କୃପା ଥାଉ ଅମର ରଜତ
ପ୍ରାର୍ଥନା କରଇ ନିତି ।।