ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୬ ଅପ୍ରେଲ ୨୦୨୩
ବରଷା ରାତିର ଆକାଶ ଗୋ ତମେ
ପାହାନ୍ତିତାରାର ଲୁହ
ଭିଜାଭିଜା କେତେ ସ୍ମୃତି ପାଖୁଡ଼ାରେ ଅସରା ଅସରା କୋହ ।
ଟୋପି ଟୋପି ଟୋପି କାକର ବିନ୍ଦୁ
ନିଦୁଆ ଆକାଶ କୋଳେ
ସୁନା ଝଲମଲ ଶାଢ଼ି ପଣତରେ
ଜୀବନ ନଈର ସୁଅ ।
ଖୋଜୁଛି ମୁଁ ଆଜି ରାତି ଆକାଶରେ
ଅସରା ଆଶାର ଖିଅ
ବରଷା ରାତିର ଆକାଶ ଗୋ ତମେ
ପାହାନ୍ତିତାରାର ଲୁହ ।