• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପ୍ରସନ୍ନ କକେଇ (ଭାଗ ୨୬)

ପ୍ରସନ୍ନ କକେଇ (ଭାଗ ୨୬)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୨ ମଇ ୨୦୨୫

ଦିନେ ସକାଳୁ ସକାଳୁ ବୀରେନ୍ଦ୍ରର ଫୋନ୍‌ ଆସିଲା।

ବୀରେନ୍ଦ୍ର ମହାନ୍ତି ମୋର କଲେଜ ବେଳର ସାଙ୍ଗ। ଆମେ ଓଡ଼ିଆ ଅନର୍ସରେ ଏକାଠି ପଢ଼ୁଥିଲୁ। କଲେଜ ପରେ ମୁଁ କିଛିଦିନ ଓଡ଼ିଆ ଏମ୍‌.ଏ. ପଢ଼ିଲି ରେଭେନ୍ସାରେ। ପୁଣି ଫେରିଆସି ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଇଂରାଜୀରେ ଏମ୍‌.ଏ. ପଢ଼ିଲି। ଶେଷରେ ପଢ଼ା ଛାଡ଼ି ଚାକିରି କଲି। ପ୍ରଥମେ ଖବରକାଗଜ, ତା ପରେ ସରକାରୀ ଚାକିରି।

ବୀରେନ୍ଦ୍ର ପ୍ରଥମେ ସି.ଟି. ପଢ଼ିଲା ଶିକ୍ଷକ ହେବା ପାଇଁ। ତାକୁ ଭଲ ଲାଗିଲା ନାହିଁ। କିଛିଦିନ ହୁଏତ ଶିକ୍ଷକତା କରିଥିବ। ରାକିରି ଛାଡ଼ି ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ଭୂ-ଉନ୍ନୟନ ବ୍ୟାଙ୍କରେ ଆକାଉଣ୍ଟାଣ୍ଟ ଚାକିରି କଲା। ଏବେ ସେ ସଫଳତାର ଶୀର୍ଷରେ ପହଞ୍ଚିଯାଇଛି।

ହଠାତ୍‌ ଦିନେ ବୀରେନ୍ଦ୍ର ସମ୍ପାଦିତ “ପୁଷି ମାଉସୀ” ଶିଶୁ ପତ୍ରିକା ପାଇଲି। କ୍ରମେ ବୀରେନ୍ଦ୍ର ତା ଲିଖିତ ପିଲାଙ୍କ ବହି “ଥୁକୁଲୁ ଥୁକୁଲୁ ଥା” ବହି ମୋତେ ଦେଲା ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମନୋନୟନ କରିବାକୁ କହିଲା। ବୀରେନ୍ଦ୍ର ସେ ବର୍ଷ ପୁରସ୍କାର ପାଇଲା। ସଂଯୋଗକ୍ରମେ ତା ପୁରସ୍କାର ଚୟନ ସମିତିରେ କେଉଁଠି ନା କେଉଁଠି ମୁଁ ଥାଏ। କେବେ ପ୍ରାଥମିକ ତାଲିକା ତିଆରିରେ ତ କେବେ ମଝିରେ ମନୋନୟନ ପ୍ରକ୍ରିୟାରେ ତ କେବେ ଚୂଡ଼ାନ୍ତ ନିର୍ଣ୍ଣାୟକ ମଣ୍ଡଳୀରେ। ଦିନେ ସକାଳୁ ସକାଳୁ ବୀରେନ୍ଦ୍ର ଆସି ମୋ ପାଖରେ ପହଞ୍ଚିଲା। କହିଲା, “ଭାଇ, ଗୋଟେ ଲେଖକ ସହଯୋଗ ସମିତିଟେ କରନ୍ତେନି। ତୁମେ ତ ଲେଖକ ସହଯୋଗ ସମିତିର ଆବଶ୍ୟକତା ଜାଣ। ପୁରୀରେ ଏଭଳି ସଂସ୍ଥା ନାହିଁ।”

ପୁରୀରେ ସାହିତ୍ୟ ଅନୁଷ୍ଠାନ କରିବାର ଚେଷ୍ଟା କରି ଅତୀତରେ ମୁଁ ଅନେକ ଥର ହଇରାଣ ହୋଇଛି। ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବାର କଷ୍ଟ ବାରମ୍ବାର ଭୋଗିଛି। ୧୯୭୭ରେ ଆମେ ପାଞ୍ଚଜଣ ସାଙ୍ଗ ଯୋଗେଶ ରଥ, ସ୍ଵପ୍ନ କୁମାର ମହାନ୍ତି, ପୁଥ୍ଵୀରାଜ ପରିଡ଼ା, ଶୈଳବାଳା ପଲାଇ ଓ ମୁଁ ମିଶି ଆରମ୍ଭ କଲୁ ଶନିବାର ସାହିତ୍ୟ ସନ୍ଧ୍ୟା। ସମୟର ଢେଉରେ ଏ ସଂସ୍ଥା କେମିତି କେଉଁଠି ହଜିଗଲା!

“ଆଉ ଗୋଟେ ସାହିତ୍ୟ ସଂସ୍ଥା?” ମୁଁ ପଚାରିଲି।

ବୀରେନ୍ଦ୍ର କିନ୍ତୁ ନଛୋଡ଼ବନ୍ଧା। ତା ସହ ମୋ କକେଇଙ୍କ ସାଙ୍ଗ ପ୍ରସନ୍ନ କକେଇ ବି। ମୁଁ ଆଗରୁ କଟକ ଲେଖକ ସହଯୋଗ ସମିତି ଓ ଓଡ଼ିଶା ଲେଖକ ସହଯୋଗ ସମିତିର କର୍ମକର୍ତ୍ତା ଥିଲି। ଏବେ ସେହି ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିର ପ୍ରଥମ ସଭାପତି। ପ୍ରସନ୍ନ କକେଇ ଥିଲେ ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିର ମେରୁଦଣ୍ଡ। ଅନୁଷ୍ଠାନ ପୁରୀ ସମବାୟ ନିବନ୍ଧକଙ୍କ ଅଫିସରେ ପଂଜିକୃତ କରିବା ଠାରୁ ସଭା ପାଇଁ ଲୋଙ୍କକୁ ଖବର ଦେବା ଯାଏଁ ସେ ଥିଲେ ଆଗୁଆ। ଗଲା ବର୍ଷ ଅଗଷ୍ଟ ମାସରେ ପ୍ରସନ୍ନ କକେଇ ଚାଲିଗଲେ। ଏବର୍ଷ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପ୍ରକାଶିତ ହେବ ଏକ ସ୍ମୃତି ଗ୍ରନ୍ଥ। ମୋ ଲେଖା ପାଇଁ ବୀରେନ୍ଦ୍ରର ତାଗିଦ୍‌।

“ଲେଖା ମୁଁ ଦେବି। ଯଦି କିଛି ସ୍ମୃତି ସଭା କର ଯିବି ବି। ହେଲେ, ସେଠି ପ୍ରସନ୍ନ କକେଇଙ୍କୁ ପାଇବି ତ!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.