ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୪
ପ୍ରୀତିମୟ ଏଇ ଜୀବନ ଭିତରେ
ଗୀତିମୟ ଏଇ ସ୍ବପ୍ନ ଭିତରେ
ତୁମେ ମୁଗ୍ଧ ମଧୁର ଅନୁଭବ।
ମଞ୍ଜୁଆତିର ମଞ୍ଜୁଳ ଆଭା
ରାଗ ଆଶାବରୀ ସ୍ପନ୍ଦନ ବିଭା
ତୁମେ ସ୍ବପ୍ନ ବିଭୋର ଅନୁରାଗ।
ପାହାଡ଼ୀ ଝରଣା ମୂର୍ଚ୍ଛନା ତମେ
ପ୍ରଥମ ପୁଲକ ସ୍ବପ୍ନ ମେଖଳା
ପ୍ରେମର ପୂର୍ବରାଗ।
ପ୍ରୀତିମୟ ଏଇ ଜୀବନ ଭିତରେ
ତୁମେ ମୁଗ୍ଧ ମଧୁର ଅନୁଭବ।