ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୬ ମାର୍ଚ୍ଚ ୨୦୨୩
ମାଆ ଗାଏ ଯେବେ ନୀରବ ରାତିରେ
‘ ଲତାଗିରି ବନଗିରି ‘
ତା ଗୀତ ଶୁଣିଲେ ଧାରଧାର ହୋଇ
ଲୁହ ପଡ଼େ ମୋର ଝରି ।
କେତକୀ ଖଇର ଖିଲିପାନ ଖିଆ
ହସରୁ ଅମୂତ ଝରେ
ମାଣିଆବନ୍ଧର ଶାଢ଼ୀ ଓଢ଼ଣାରେ
ଦେବୀ ଦେବୀ ମୋତେ ଲାଗେ ।
ମାଆ ହାତଛୁଆଁ କଖାରୁ ଡଙ୍କରେ
ଲଦାଲଦି କେତେଫୁଲ
ଶାଗ ପଟାଳିର ଶାଗ କେରାଟିଏ
ମୋ ପାଇଁ ଅମୂଲ ମୂଲ ।
ପକ୍ଷୀ ବସା ପରି ଘରକୁ କରିଛି
ରକତ ନିଗାଡ଼ି ଦେଇ
ଗାଁମାଟି ଘର ଠଣାରେ ସତେ କି
ତୁନିତାନି ଦୀପ ହୋଇ
ଘରର ମଙ୍ଗଳ ଶୁଭକାମନାରେ
ରାତିଦିନ ଜଳୁଥାଏ ।