ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୧ ମଇ ୨୦୨୫
ସକାଳୁ ସକାଳୁ ଆଜି
ମୁଁ ଶଙ୍ଖଚିଲ ଦେଖିଲି।
ତୁମେ କୁହ ଶଙ୍ଖଚିଲ ଦେଖିଲେ
ଭାରି ଶୁଭ ହୁଏ।
ସୁଦୂରର ସ୍ବପ୍ନ ପରି ଏଇ
ଶଙ୍ଖଚିଲ
ଯାହା କେବେ ଧରା ଦିଏ ନାହିଁ।
ସାରା ଜୀବନଟା କଟିଗଲା
ଶଙ୍ଖଚିଲ କେବେ କାହିଁ
ମୋତେ ଆସି ଧରା ଦେଲା ନାହିଁ।
ଦୂର ଆକାଶର ତାରା ହୋଇ
ସବୁଦିନ ରହିଗଲା।