• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସତରେ ଏମିତି ହୁଅନ୍ତା କି – ୨୦

ସତରେ ଏମିତି ହୁଅନ୍ତା କି – ୨୦
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ଅକ୍ଟୋବର ୨୦୨୫

ନିଜ ପାଇଁ ଆଉ ବଳୁନି ସମୟ ବଳକା ହେବି ମୁଁ କା’ପାଇଁ କୁହ
ବଳେଇ ବଳେଇ ପିଉଛି ଦୁଃଖ ମୁଁ ବରାବର ଦୁଇ ଆଖିର ଲୁହ
ବାରବାର ସବୁ ଶୁଣାକଥା ଏବେ ହେଜୁଛି କିଛି ମୁଁ ଭୁଲୁଛି କିଛି
ଯେତେ ମନେଇଲେ ମନ କି ବୁଝୁଛି ଅକୁହା ହୋଇ ବି ଆହୁରି ଅଛି।

ଯେତେ ଥାଉ ପଛେ ମନରେ ଦରଜ ଓଠରେ ପିନ୍ଧୁଛି ହସର ମୁଖା
ନିତି ଭେଟୁଥିବା ସବୁ ସକାଳର ଅକାଳେ ବି ଆଉ ମିଳୁନି ଦେଖା
ଯେଉଁ ସକାଳର ସଜଳ ସଜାରେ ସଞ୍ଜ ଭୋଗିବାକୁ ମନରେ ଥିଲା
ନିର୍ମେଘ ଆକାଶ ପରି ମନଟିଏ ହେବି ହେବି ବୋଲି ଦିହକ ଗଲା।

ନିର୍ଭୁଲ ହେବାକୁ ନିରବି ଗଲି ମୁଁ ପିଇଗଲି କେତେ ଅପିଆ କଥା
ଭଲରେ ଭୁଲ୍ ମନ୍ଦରେ ଭୁଲ୍ ଭୁଲ୍ ନ କରି ସବୁଠି ପତାଏ ମଥା
ଏପାଖରେ ଖରା ସେ ପାଖରେ ଛାଇ ଦି ଧାର ଖଣ୍ଡାରେ ଚାଲେ ମୁଁ ନିତି
ବୟସ ଦୋଷ କି ସମୟର ଦୋଷ ବିରାମ ନାହିଁ କି ନାହିଁ ବିରତି।

ଏମିତି ହୁଅନ୍ତା ସମୟ ବଳନ୍ତା ବଳକା ନ ହୋଇ ହୁଅନ୍ତି ଲୋଡା
ମପାଚୁପା କଥା ଛାଞ୍ଚରୁ ବାହାରି ଚଢନ୍ତି କି ମନପବନ ଘୋଡ଼ା।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.