• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସତରେ ଏମିତି ହୁଅନ୍ତା କି – ୨୧

ସତରେ ଏମିତି ହୁଅନ୍ତା କି – ୨୧
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ଅକ୍ଟୋବର ୨୦୨୫

ପ୍ରିୟତମ ପ୍ରାପ୍ତି ବୋଲି କହିବିନି ଅପ୍ରାପ୍ତିର ସୀମାରେ ମୁଁ ଧାଏଁ
ପ୍ରିୟତମ ତୃପ୍ତି ବୋଲି ଭାବିବିନି ଅତୃପ୍ତି ମୋ ଭାଗ୍ୟରୁ ସୋରାଏ
ପ୍ରିୟତମ ନିଦକୋଳେ ନିଦ କାହିଁ ଅନିଦ୍ରା ମୋ କପାଳରେ ଲେଖା
ପ୍ରିୟତମ ବେଗ ନେଇ ଧାଇଁବି କି ଆବେଗକୁ କରି ଅଣଦେଖା!

ପ୍ରିୟତମ ବାଟ ବୋଲି ବରିବିକି ସେଦିନର ପାଦଚଲା ବାଟ
ପ୍ରିୟତମ କଣ୍ଟା ପାଇଁ କରିବି କି ଅକାରଣେ ପାଦକୁ ଆକଟ
ପ୍ରିୟତମ ଶୂନ ପାଇଁ ପାଦ କାଢ଼ି ଏକା ଏକା ନିଶୂନ ରାତିରେ
ପ୍ରିୟତମ ଦହନରେ ଜଳିବିକି ଖୁବ୍ ଗୋଟେ ଜଳିବା ନିଶାରେ

ପ୍ରିୟତମ ଢଙ୍ଗରେ କି ଢାଙ୍କିଦେଇ ଇଡିଦେବି ଢ଼ିଲା ସମୟକୁ
ପ୍ରିୟତମ ବାଛନ୍ଦରେ ବାନ୍ଧିଦେଇ ଭୁଲି ଯିବି ଛେଉଣ୍ଡ ଇଛାଙ୍କୁ
ପ୍ରିୟତମ ଲୁହବୁନ୍ଦେ ଢାଳି ଦେଇ ପ୍ରେମ ଆଉ ପାଣିପାଗ ପରି
ପ୍ରିୟତମ ନିଃଶ୍ବାସକୁ ବିଶ୍ବାସ ପିନ୍ଧେଇଦେବି ମନ ଆଣ୍ଟ କରି

ପ୍ରିୟତମ ସମୟଟା ଫେରନ୍ତା କି ସବୁତକ ପ୍ରିୟ ରଙ୍ଗ ନେଇ
ପ୍ରିୟତମ ଇଛାମାନେ ନ ଫେରନ୍ତେ ଖାଲିଟାରେ ମୁହଁକୁ ଶୁଖେଇ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.