ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୩
ସାତଟି ଜନମ ସାତଟି ମରଣ ପରେ
ପ୍ରତିଟି ପ୍ରଭାତ ଫିଟି ଆସେ ଯେବେ
ସୁଗନ୍ଧିତ ଭାବନାରେ
ପ୍ରତିଟି ଗୋଧୂଳି ଲିଭି ଲିଭି ଆସେ
ଗାୟତ୍ରୀର ଛନ୍ଦରେ ।୧।
ମୁଁ ସେଇ ଛନ୍ଦର ସ୍ଵର
ଯେଉଁ ଛନ୍ଦରେ ମୁଦ୍ରିତ ହୁଏ
ଗାଥାଟିଏ ପ୍ରଣବର ।୨।
ପ୍ରତି ଉଷାରେ ମୁଁ ଅନୁଷ୍ଟୁପର
ମଧୁଝରା ଝଙ୍କାର
ନୀଳ ନୀଳିମାରେ ହଜି ଯାଉଥିବା
ଦୂର ବଳାକାର ସ୍ୱର ।