ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଅକ୍ଟୋବର ୨୦୨୩
ସତ୍ୟବାଦୀ ର ସନ୍ଥ ହେ ତୁମେ ଫେରିଆସ ଫେରିଆସ
କାରାକବିତା ର ଶବ୍ଦ କାରାରେ ରୋପିଥିଲ ଯେଉଁ ଯଶ
ଯେଉଁଠି ଲେଖିଲ ଚିଲିକାକୁ ତୁମେ ଶ୍ୟାମଳ ବିପ୍ଲବ ତୀରେ
ମଣିଷ ପଣିଆ ଲେଖିଦେଇ ଗଲ ଶିବରାତ୍ରୀ କବିତାରେ।
ନୂଆନଈ ଧାରେ କାନପାତି ଧିରେ ଶୁଣିଲେ ବି ଏବେ ଶୁଭେ
ବୁଡି ଅଞ୍ଚଳର ବଢିଲା ଶୁଅରେ ସ୍ବପ୍ନ ବି ପ୍ରତ୍ୟୟ ଲାଗେ
ଡଭାର ଗାଁ ର ଗାଁ ମୁଣ୍ଡେ ଯେବେ ଏବେ ଦେଖା ହୁଅ ତୁମେ
ତୁମକୁ ଏ ଜାତି ସମ୍ମାନ ଦିଏ ମୋତେ ନେଇଯାଏ ଭ୍ରମେ।
ବନ୍ଦୀ ବି ଲେଖେ ଆତ୍ମକଥାରେ ଶୋଷିତର ଯାତନାକୁ
ବକୁଳବନର ବନବିଦ୍ୟାଳୟ ନେଇଯାଏ ସେ ଦିନକୁ
ଶୁଆଣ୍ଡ ରୁ ଶୁଭେ ବିକାଶ ବିଗୁଲ ବକୁଳବନରେ ଲୁହ
ମଣିଷ ତିଆରି କାରଖାନା ଏବେ ଜବାବ୍ ମାଗୁଛି ଦିଅ
ହେ ଉତ୍କଳମଣି ତୁମ ପରଶରେ କାଚ ବି କାଞ୍ଚନ ହେଲା
ସ୍ବପ୍ନର ଭାରତ ସ୍ବପ୍ନ ର ଓଡିଶା ସ୍ବପ୍ନ କି ହୋଇଗଲା??