ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୪
ସେଦିନ ଫଗୁଣ ଆସିଲା ମୋ ପାଶେ
ସ୍ମୃତିର ଗଜଳ ହୋଇ
କାହିଁକି କେଜାଣି ଫେରିଗଲା ସିଏ
ପ୍ରତିଧ୍ଵନୀଟିଏ ନେଇ।
ଜାଣି ମୁଁ ନଥିଲି ଝରିଯିବ ବୋଲି
ଧୂସର ଗୋଧୁଳୀ ତୀରେ
ଅକୁହା ଆବେଗ ହୋଇ।
ହଜିଲା ସୂତିକୁ ସାଇତି ରଖିଛି
ମୋ ମନର ସିନ୍ଦୂକରେ
ଏକଥା ତ କେବେ କାହାକୁ
ମୁଁ କହି ନାହିଁ।
ଏକୁଟିଆ ବେଳେ ସ୍ମୃତିର ଗଜଲ
ମନେ ବାଜେ ରହି ରହି।