ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୮ ଜୁଲାଇ ୨୦୨୪
ଭଲ ପାଇବାର ରଙ୍ଗରେ ଯାର
ମାଟି ଓ ଆକାଶ ନଈ
ଯାଇଛି ସବୁଜ ହୋଇ
ସେ ଅନୁରାଗର ରଙ୍ଗରୁ ଟିକେ
ମୋତେ କିଗୋ ଦେବ ନାହିଁ ?
ଚିତ୍ରଟିଏ କି ଅଙ୍କା ହୋଇଛି
ଦୂର ଆକାଶର କୋଳେ
ଧାନବିଲ ଆଉ ସବୁଜ ସୁଷମା
ଜିକିଜିକି ହୋଇ ଜଳେ।
ସେହି ସୁଷମାର ରଙ୍ଗରୁ ଟିକେ
ମୋତେ କିଗୋ ଦେବ ନାହିଁ ?