ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ସେପ୍ଟେମ୍ବର ୨୦୨୨
ରୋମାଞ୍ଚିତ ମନ ମୋର ବେଳେବେଳେ
ଅରୋମାଞ୍ଚ ହୁଏ
କେମିତି ଜାଣେନା ପ୍ରଭୁ, ତୁମକୁ ଦେଖିଲେ
ଶରଧାରେ ମଥା ନଇଁଯାଏ
ଜାଣେନା କେମିତି ପ୍ରଭୁ, ତୁମ ସହ
ହେଲେ କେବେ ଦେଖା
ଲିଭିଯାଏ ହୃଦୟରୁ ପାପ ସବୁ ଏବଂ
ଜଳିଉଠେ ପୂଣ୍ୟର ଶିଖା
ଜାଣେନା କେମିତି ପୁଣି ଆଖି ଧୋଇଯାଏ
ଅନାଗତ ପ୍ରତ୍ଯୟର ଲୁହରେ
ଶୂନ୍ଯତାର ସ୍ମୃତି ସବୁ
ଅକସ୍ମାତ୍ ପୂର୍ଣ୍ଣ ହୋଇଯାଏ
ସିଂହଦ୍ଵାର ସାମ୍ନାରେ ମୁଁ ତେଣୁ
ମାଗେ ଟୋପେ ଥାନ
ପାଇବାକୁ ନୈସର୍ଗିକ ପ୍ରଶାନ୍ତିର
ଅନନ୍ତ ଜୀବନ ।।