ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୭ ମଇ ୨୦୨୩
ଶିଶିର ଆକାଶେ ସପ୍ତପର୍ଣ୍ଣର ଅସରନ୍ତି ଅଭିମାନ
ସେଇ ଅଭିମାନ ଲେଖା ହୋଇଅଛି
କାର୍ଭିକ ଶିଶିରରେ
ଅପଢ଼ା ଚିଠିର ସତେ ଅବା ଆଲୋଡ଼ନ । ।୧ |
ଉତ୍ତରା ପବନ ଉଡାଇ ନେଇଛି
ଛୋଟ ଚିଠିଟିକୁ ମୋର
ଯେଉଁ ଚିଠିଟିରେ ଖୋଦିତ ହୋଇଛି
ତୁମରି ହସ୍ତାକ୍ଷର ।।୨।
ସୁବାସିତ ଏଇ ସମୟ ଭିତରେ
ଖୋଜୁଛି ମୁଁ ମନେମନେ
ଫେରି ଆସନ୍ତା କି ଚିଠି ଦିନ ମୋର
ଆବେଗର ସେଇ ଐଶର୍ଯ୍ୟମୟ ଦିନ
ଶିଶିର ଆକାଶେ ସପ୍ତପର୍ଣ୍ଣର ଅସରନ୍ତି ଅଭିମାନ । ।୩।