ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୨ ନଭେମ୍ବର ୨୦୨୩
ଆଜି ଦୀପାବଳି
ଆସ ଦୀପଜାଳି
ଆମେ କରିବା ପାଳନ,
ଆତସବାଜିର
କାନଫଟା ଶବ୍ଦ୍
କରିବା ଆମେ ବର୍ଜନ ।
ଆଲୋକର ପର୍ବ
ଅନ୍ଧାର ହଟାଇ
ଆଣିବ ଖୁସି ହରସ,
ଧରଣୀ ହସିବ
ପାପ ନାଶଯିବ
ସର୍ବେ ଆନନ୍ଦ ଉଲ୍ଲାସ ।
ଗଙ୍ଗା ଗୟା ପରେ
ବଡଦେଉଳର
ବାଇସି ପାହାଚେ ବସି,
ନିର୍ମାଲ୍ଯ କଣିକା
କଣିକାଏ ପାଇ
ହେବେ ମନେଭାରି ଖୁସି ।
ଶ୍ରଦ୍ଧା ନିବେଦନ
ପିତୃପୁରୁଷଙ୍କୁ
କାଉଁରିଆ କାଠି ଜାଳି,
ଆନ୍ଧାରେ ଆସିବେ
ଆଲୁଅରେ ଯିବେ
ଅମୃତ ଦୃଷ୍ଟିକୁ ଢାଳି ।
ଆମ ପରିବେଶ
ଆମ ପାଇଁ ବିଷ
ଆମ କୃତକର୍ମ ପାଇଁ,
ହୁଅ ସାବଧାନ
କର ଦୀପଦାନ
ଭ୍ରମ ସଂଶୋଧନ ପାଇଁ ।