ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୩
ସମୟ ତ ଦିନେ ପୋଛି ଦେଇଯିବ
ହାତ ପାପୁଲିରେ ତାର
ଭଲ ପାଇବାର ଭୂମିକା ଭିତରେ
ସ୍ୱରଲିପି ଅତୀତର ।
କଅଁଳ ଘାସର ଶିଶିର ଉପରେ
ସୁରୂଜର ଲୁହ ହୋଇ
ଝରି ପଡ଼ିଥିଲି ଲୁହ ବିନ୍ଦୁ ମୁଁ
କାହାର ପରଶ ପାଇ
ସ୍ଵପ୍ନ ମୁଁ ବଉଳର
ସମୟ ତ ଦିନେ ପୋଛି ଦେଇଯିବ
ହାତ ପାପୁଲିରେ ତାର ।
ଋତୁଗନ୍ଧା ମୁଁ ବସୁନ୍ଧରା
ଶାମୁକାର ଲୁହ ଧାର
ଭଲ ପାଇବାର ଭୂମିକା ଭିତରେ
ସ୍ୱରଲିପି ଅତୀତର ।