ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୬ ଜୁନ୍ ୨୦୨୪
ତମ ଆଖି ଡୋଳାର ଭିତରେ
ବିଶ୍ଵାସର ଦୀପ ହୋଇ
କିପରି ମୁଁ ଜଳିପାରେ
ଝରାପତ୍ର ମଉଳା ସଞ୍ଜରେ ।
ସମୟ ତ ସରିଯିବ
ଛାଇ ଆଉ ଆଲୁଅ ଖେଳରେ
ବିଶ୍ବାସର ଦୀପଟିକୁ
ଜଳାଇ ରଖିଛି ଆଜି
ସମୟର ଦୀପରୁଖା ପରେ ।
ବାରବାର ଜଳୁଛି ମୁଁ
ବାରବାର ଲିଭୁଛି ମୁଁ
ମୋ ଆଖି ଦେଇଛି ବାନ୍ଧି
ସମୟ ତା କପଟ ହାତରେ।
ବିଶ୍ଵାସର ଦୀପ ହୋଇ କିପରି ମୁଁ ଜଳିପାରେ
ଝରାପତ୍ର ମଉଳା ସଞ୍ଜରେ।