ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୯ ଡିସେମ୍ବର ୨୦୨୪
ତୁମେ ଆସିଲେ ଘରକୁ ନୂଆବର୍ଷ ଆସେ
ଆକାଶର ତାରା ସବୁ ମିଟି ମିଟି ହସେ
ଘର ଦୁଆର ମୋର ମହ ମହ ବାସେ
ତୁମେ ଆସିଲେ ଘରକୁ ନୂଆବର୍ଷ ଆସେ ||
କାମିନୀ, ମାଳତୀ, ମଲ୍ଲି ହେନା ଯୁଇ
ଏକ ସଙ୍ଗେ ବାସେ ||
ଆକାଶର ନିଳିମାରେ
ଜହ୍ନର ରୋଷଣୀରେ
ତମ ହସ ଚାରିଆଡ଼େ ଦିଶେ
ତମେ ଆସିଲେ ଘରକୁ ନୂଆବର୍ଷ ଆସେ ||