ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୧ ଜାନୁଆରୀ ୨୦୨୪
ତମେ ଫାଲ୍ଗୁନ ମଧୁଗନ୍ଧ
ତମେ ବର୍ଷାର ପ୍ରୀତିଛନ୍ଦ
ତମେ ଗୁରୁଗମ୍ଭୀର ମହାନନ୍ଦାର
ପ୍ରଗଳଭା ଗୀତିଛନ୍ଦ
ତମେ ଫାଲଗୁନ ମଧୁଗନ୍ଧ ।
ତମେ ତପସ୍ବିନୀ ବ୍ରଜମଲ୍ଲୀ
ତମେ ଲୀଳାୟିତ ଧୀରବଲ୍ଲୀ
ତମେ ସୁରଭିତ ସ୍ମୃତିଗନ୍ଧ
ତୁମ ମହକରେ ଜୀବନେ ମୋ ଆଜି
ଆସିଛି ନୂତନ ଛନ୍ଦ
ତମେ ଫାଲ୍ଗୁନ ମଧୁଗନ୍ଧ ।