ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୪
ତମେ ଜମା ମାନିବନି
ଜଦି ମୁଁ କହିବି ଆଜି
ମୋ ମନର ପ୍ରତିଟି ଗଳିରେ
ତମରି ପ୍ରୀତିର ସ୍ୱର
ବାଜୁଥାଏ ସବୁବେଳେ
ଜୀବନର ଅୟୁତ ବେଳାରେ
ଅନେକ କବିତା ଫୁଟେ
ମୋ ମନରେ ତମ ପାଇଁ
ତମେ ତାର ରଖନି ଖବର
ତମକୁ ପାଇବା ପାଇଁ
କେତେ ବେଦନାକୁ ଆଜି
ମନେ ନାହିଁ କରିଛି ନିଜର
ହେ ମୋର ଅବୁଝା ପ୍ରିୟ
ତୁମକୁ ମୁଁ ସବୁ ଦେଇ
ଅଜିଖାଲି କେବଳ ଶୂନ୍ୟତା।