ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୪ ଡିସେମ୍ବର ୨୦୨୩
ତମେ ତ ଆସିଲ ନାହିଁ
ପାହାଡ଼ରୁ ବଉଳ ଝରାଇ
ମୋ ମନର ନୀରବତା
ଚହଲାଇ ଦେଇ ।
ଅପେକ୍ଷା ତ ଅଜଣା ଆଶାର ନଈ
ବହିଯାଏ ସୃତିକୁ ସାଙ୍ଗରେ ନେଇ
ମୋ ମନର ଥୁଣ୍ଟା ଡାଳେ
ଟିକି ଟିକି କୋରକ ଫୁଟାଇ
ତମେ ତ ଆସିଲ ନାହିଁ
ପାହାଡ଼ରୁ ବଉଳ ଝରା ।
ଝରା ବଉଳର ଶାଖାରେ ଶାଖାରେ
ପ୍ରଥମ ପ୍ରଣୟ ହୋଇ ।