ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ଡିସେମ୍ବର ୨୦୨୪
ଠିକଣା ହଜାଇ ଅଣ୍ଡାଳୁଛି ବସି
କାଳେ ପାଇଯିବି ବୋଲି
ଗୀତଟିଏ ଲେଖି ଭୁଲି ଯାଇଅଛି
ଝୁରି ହେବା ସାର ଖାଲି।
ଉତ୍ତରା ପବନ ଉଡ଼ାଇ ନେଇଛି
ଛୋଟ ଚିଠିଟିକୁ ମୋର
ଯେଉଁ ଚିଠିଟିରେ ଖୋଦିତ ହୋଇଛି
ତୁମରି ହସ୍ତାକ୍ଷର।
ସାରା ଜୀବନଟା ସରିଗଲା ମୋର
ସ୍ନେହ ବିନ୍ଦୁଏ ପାଇଁ
ଖୋଜିବା ହଜିବା ଭିତରେ କେବେ ତ
କିଛି ଜମା ପାଇନାହିଁ।