ଆଲୋକ କୁମାର ପ୍ରଧାନ, ପୁରୀ, ୨୩ ଜାନୁଆରୀ ୨୦୨୩
ତୁମକୁ କହିବି ବୋଲି ସାଇତିଲି ଯେତେକ ଭାବନା।
କହିଥାନ୍ତି ସବୁକଥା ହେଲେ କାହିଁ ଲାଗିଲି ଅଚିହ୍ନା।
ଅଚିହ୍ନା ଲାଗିବା ଠାରୁ ମନ କଥା ରହିଲା ମନରେ।
ଚିହ୍ନା ଅଚିହ୍ନା ଚଉଁରୀ ଅବିଶ୍ବାସ ପିନ୍ଧି ଦେଲା ପରେ।।
କା ମନ ଦାଣ୍ଡରେ ଦଣ୍ଡେ ଯିଇଁବାଟା ପ୍ରେମିକ ଟେ ପାଇଁ।
ଅପେକ୍ଷା ଛାତିରେ କଣ୍ଟା ଫୁଟି ଲେଖେ ସମୟର ଛାଇ।
ସମୟ ଛାତିର ଛୁଆଁ ଯେବେ ହୁଏ ସାକ୍ଷୀ ଟେ ପ୍ରେମର।
ସମୟ ଉଜାଣି ସୁରେ ନିଆଁଗିଳେ ପ୍ରତାରଣା ସୁର।
ପ୍ରେମରେ ଜିଇଁଲି ବୋଲି ବରିନେଲି ପ୍ରେମିକର ଦୁଃଖ।
ପ୍ରେମିକ ଭାଗ୍ୟର ସାକ୍ଷୀ ଦୁଃଖ ଖୁଦ ଦୁଃଖର ମୟୁଖ।
ହସର ଖୋସାରେ ଖୋସି ଖିଆଲଟେ ପ୍ରେମିକ ମନର।
ସମୟର ହାତ ଧରି ଚଲାବାଟେ ବିଛେଇ ପଥର।।
ସମୟ ସଳଖି ଦେଲେ ସାତସିଆଁ ମନଟାକୁ ଥରେ।
ଅପ୍ରେମ କି ପ୍ରେମ ପିନ୍ଧେ ଦରଲିଭା ସଳିତା ଆଖିରେ।।