ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୪ ସେପ୍ଟେମ୍ବର ୨୦୨୩
ତୁମରି ଗାଁର
ନୀଳ ଆକାଶରେ
ସଞ୍ଜ ତାରା ମୁଁ ହୋଇ
ମରିଗଲା ପରେ
ଲିଭିବି ନାହିଁ ମୁଁ
ତମେ ଦେଖୁଥିବ ରହି ।
ଦେବତା ମୁଁ ଭାବି
ଶାଳଗ୍ରାମକୁ ତ
ଜୀବନେ ପାଇଛି ଭଲ
ନୀଳବେଣୀ ନୀଳ
ନଈକୂଳେ ବସି
ସବୁ ଗୀତ ଯିବି ଗାଇ ।
ମୋ ଆଖି ତାରାର
ସ୍ୱପ୍ନ ଟିକକୁ
ଥରେ ଖାଲିଦିଅ ଛୁଇଁ
ଦେଖିବ କେମିତି
ମହକି ଉଠିବ
ତମ ଛୁଆଁ ଟିକେ ପାଇ ।