ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୦ ଅକ୍ଟୋବର ୨୦୨୪
ତୁମେ ଆସିଲେ ଘରକୁ ନୂଆବର୍ଷ ଆସେ
ଆକାଶର ତାରା ସବୁ ମିଟି ମିଟି ହସେ
ଘର ଦୁଆର ମୋର ମହ ମହ ବାସେ
ତୁମେ ଆସିଲେ ଘରକୁ ନୂଆବର୍ଷ ଆସେ।
କାମିନୀ, ମାଳତୀ, ମଲ୍ଲୀ, ହେନା, ଯୂଇ
ଏକ ସଙ୍ଗେ ବାସେ।
ଆକାଶର ନିଳିମାରେ
ଜହ୍ନର ରୋଷଣୀରେ
ତମ ମୁହଁ ଚାରିଆଡ଼େ ଦିଶେ
ତମେ ଆସିଲେ ଘରକୁ ନୂଆବର୍ଷ ଆସେ।