ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୮ ମଇ ୨୦୨୩
ତୁମେ ମୋର ପଡ଼ୋଶିନୀ
ଶଇଶବ ନଈ ଗୋ
ଭିଜା ଭିଜା ଅତୀତର
କଇଶୋର ସହି ଗୋ
ଆଖିଖୋଲି ଥରୁଟିଏ ଦିଅ ମତେ ଚାହିଁ ଗୋ
ବହୁଦିନ ପରେ ମୁଁ ଯେ ଆସିଛି
ତମ ସ୍ମୃତି ଗନ୍ଧରେ ବିଭୋର ମୁଁ ହୋଇଛି ।
ତୁମେ ମୋର ଉଦାସୀନା
ମନ ତଳ ସପନ
ଦୂର ନୀଳ ଅତୀତର
ସ୍ମୃତି ଭିଜା ଫଗୁଣ
ତମ ଭୀରୁ ଚାହାଁଣୀରେ ଦିଅ ଥରେ ଛୁଇଁ ଗୋ
ତୁମେ ମୋର କଇଶୋର
ପଡ଼ୋଶିନୀ ନଈ ଗୋ ||