ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୯ ଅକ୍ଟୋବର ୨୦୨୩
ଆହେ ଗୋପବନ୍ଧୁ
ଗରିବଙ୍କ ବନ୍ଧୁ
ଉତ୍କଳେ ଉତ୍କଳମଣି,
ପତ୍ନୀ ହାତେ ପୁତ୍ର
ସେବାକୁ ସମର୍ପି
ଆଖିରୁ ଝରିଲା ପାଣି ।
ବନ୍ୟା ବିପନ୍ନଙ୍କ
ଅସହ୍ଯ ଚିତ୍କାରେ
ଅଥୟେ ଘର ଛାଡ଼ିଲ,
ଭୋକିଲା ମୁହଁରେ
ଦାନା ଦେବା ପାଇଁ
ଚୁଡା ଚାଉଳ ବାଣ୍ଟିଲ ।
ଭୋକିଲା ପେଟର
ଆକୁଳ ଚିତ୍କାର
ତୁମ ଅନ୍ତର ଦହିଲା,
ନିଜ ପେଟ ପାଇଁ
ଅନ୍ନ ବାଢ଼ିଥିଲ
ଭୋକିଲା ସବୁ ଖାଇଲା ।
ନର ନାରାୟଣ
ସେବା ବ୍ରର୍ତେ ବର୍ତ୍ତୀ
ବିଳାସ ବ୍ୟସନ ଛାଡି,
ଧୋତି ପାଇଜାମା
ନିତି ପିନ୍ଧୁଥିଲ
ମୁହେଁ ଶୋଭାପାଏ ଦାଢ଼ି ।
ସାକ୍ଷୀଗୋପାଳର
ବକୁଳ ବନରେ
ପଞ୍ଚସଖା ବସିଥିଲ,
ମଣିଷ ତିଆରି
କାରଖାନା ଗଢି
ଶିକ୍ଷା ଆଲୋକ ଜାଳିଲ।
କୋଟି ଓଡିଆଙ୍କ
ହୃଦୟରେ ତୁମେ
ମଣି ପ୍ରାୟ ଝଟକୁଛ,
ଉତ୍କଳ ମାତାର
ସୁଯୋଗ୍ୟ ସନ୍ତାନ
ଉତ୍କଳମଣି ହୋଇଛ ।