• About
  • Contact
Wednesday, May 20, 2026
Wednesday, May 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅପରାଜିତାଙ୍କ ଟାର୍ଗେଟରେ ଟିମ୍ ନବୀନ

ଅପରାଜିତାଙ୍କ ଟାର୍ଗେଟରେ ଟିମ୍ ନବୀନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ସେପ୍ଟେମ୍ବର ୨୦୨୨

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘେରିଛନ୍ତି ଶାସକ ବିଜେଡ଼ିକୁ । ଏଥର ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ଶାଣିତ ଆକ୍ରମଣ କରଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କିଛି ଦିନର ନୀରବତା ପରେ ଅପରାଜିତା ଶାସକ ଦଳର ଅକଲ ଗୁଡ଼ୁମ୍ କରିଦେଇଛନ୍ତି । ସରକାରୀ କଳ ଓ ଖଣି ମାଲିକଙ୍କ ମଧୁଚନ୍ଦ୍ରିକା କୁ ପଦାରେ ପକାଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ବହୁଦିନ ଧରି ଶାସକ ବିଜେଡ଼ି ଖଣି ଦୁର୍ନୀତିରେ ଘାଣ୍ଟି ଚକଟି ହୋଇ ନିଜକୁ ଝାଡ଼ି ଝୁଡ଼ି ସଫା କରିଥିବା ବେଳେ ଏବେ ପୁଣି ଅପରାଜିତାଙ୍କ ଆକ୍ରମଣ ବିଜେଡ଼ିକୁ ଅଡ଼ୁଆରେ ପକାଇଛି । ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନଙ୍କ ରିପୋର୍ଟକୁ ନେଇ ଅସୁବିଧାରେ ପଡିଥିଲା ବିଜେଡ଼ି ସରକାର। ଏପରିକି ଶାସକ ଦଳ ବିରୋଧରେ ଗତ ଦଶନ୍ଧିର ସବୁଠାରୁ କଳଙ୍କିତ ଅଧ୍ୟାୟ ଥିଲା ଖଣି ଦୁର୍ନୀତି ପ୍ରସଙ୍ଗ । ଯଦିଓ ବିରୋଧୀ ଦଳ ଏହାର ଫାଇଦା ନେଇପାରି ନଥିଲା ମାତ୍ର ଖଣି ଦୁର୍ନୀତିକୁ ନେଇ ଶାସକ ଦଳକୁ ନାକେଦମ୍ କରିଥିଲା ବିଜେପି । ତେବେ ପରବର୍ତ୍ତୀ ପରିସ୍ଥିତିରେ ଶାହା କମିଶନ ରିପୋର୍ଟ ନେଇ ବିଜେପିର ଓଡ଼ିଶା ନେତୃତ୍ୱ ଓ କେନ୍ଦ୍ରୀୟ ନେତୃତ୍ୱ ପାଟି ଚୁପ୍ କରି ବସିଥିଲେ ।

ହଠାତ୍ ଖଣି ଦୁର୍ନୀତି କୁ ନେଇ ବିଜେପି ସାଂସଦଙ୍କ ବୟାନ ର ସଠିକ୍ ଉତ୍ତର ରଖି ପାରିନି ଶାସକ ଦଳ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅପରାଜିତା କହିଛନ୍ତି ୨୦ଟି ଖଣିରେ ହୋଇଥିବା ଦୁର୍ନୀତିର ତଥ୍ୟ ତାଙ୍କ ପାଖରେ ଅଛି । ୬ଟି ଖଣି ସମ୍ପର୍କରେ ସେ ତଥ୍ୟ ଦେଇଛନ୍ତି ଓ ବାକି ୧୪ଟି ଖଣିର ଦୁର୍ନୀତି ପେଡ଼ି ସେ ଖୁବ ଶୀଘ୍ର ଖୋଲିବେ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । କିଭଳି ଭାବେ ରାଜ୍ୟ ସରକାର ଓ ଖଣି ମାଲିକ ମାନେ ମିଳିତ ଭାବେ ଏହି ଦୁର୍ନୀତିରେ ସମ୍ପୃକ୍ତ ସେ କଥା ସାମ୍ନାକୁ ଆଣିଛନ୍ତି ବିଜେପି ସାଂସଦ । ଖଣିଜ ପଦାର୍ଥ ଉତ୍ପାଦନରେ ନିମ୍ନମାନର ଦର୍ଶାଇ ପାଖାପାଖି ୪୧୦ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି କହିଛନ୍ତି ଏହି ବିଜେପି ସାଂସଦ । ସିଧା ସଳଖ ଭାବେ ଖଣିରୁ ରାଜ୍ୟକୁ ଆସୁଥିବା ରାଜସ୍ୱ କମିଯାଇଛି ବୋଲି କହିବା ସହ ଏଥିପାଇଁ ସରକାରୀ କଳ ଓ ଖଣି ମାଲିକ ମାନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା ।

ସବୁଠାରୁ ଆଶ୍ଚର୍ଯ୍ୟ କଥାହେଲା ଖଣି ଦୁର୍ନୀତି ଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ସରକାରଙ୍କୁ କିପରି ଘେରିଲେ ଭୁବନେଶ୍ୱର ସାଂସଦ ? ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଥିବା ସାଂସଦ କଣ ବିନା କେନ୍ଦ୍ରୀୟ ନେତାଙ୍କ ଅନୁମତିରେ ଏହା କହିଛନ୍ତି କି ? ଯଦି କେନ୍ଦ୍ର ବିଜେପି ନେତୃତ୍ବର ଗ୍ରୀନ୍‌ ସିଗନାଲ୍ ଅପରାଜିତାଙ୍କୁ ନ ମିଳିଥାନ୍ତା ତେବେ ସେ ଏଭଳି ଏକ ବଡ଼ ସ୍କାମ୍ ସମ୍ପର୍କରେ ମୁହଁ ଖୋଲି ଥାଆନ୍ତେ କିପରି ? ବର୍ଷ ବର୍ଷ ଧରି ଶାହା କମିଶନ ରିପୋର୍ଟକୁ ଚାପି ଦେଇଥିବା ବିଜେପିର ହଠାତ୍ ବିଜେଡ଼ି ବିରୋଧରେ ଆଭିମୁଖ୍ୟ ବଦଳି ଗଲା କି ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଭାବିବାକୁ ବାଧ୍ୟ କରୁଛି ।

କିଛିଦିନ ପୂର୍ବରୁ ରାଜ୍ୟ ବିଜେପିର ପ୍ରଭାରୀ ବଦଳିବା ପରେ, ନୂଆ ପ୍ରଭାରୀ ଦାୟିତ୍ୱ ପାଇ ଓଡ଼ିଶା ଆସିଥିଲେ ସୁନୀଲ ବଂଶଲ । ନୂଆକରି ବିରୋଧୀ ଦଳ ନେତା ଦାୟିତ୍ୱ ସମ୍ଭାଳିଛନ୍ତି ନବୀନ ପଟ୍ଟନାୟକଙ୍କ ଦୃଢ଼ ବିରୋଧୀ ଭାବେ ଜଣାଶୁଣା ବିଜେପି ନେତା ଜୟ ନାରାୟଣ ମିଶ୍ର । ଏବେ ଅପରାଜିତାଙ୍କ ଶାସକ ଦଳ ପ୍ରତି କଠୋର ଆଭିମୁଖ୍ୟ କ’ଣ ସୂଚାଉଛି ? ଏହା କ’ଣ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ର ନୂଆ ରଣନୀତି ବିଜେଡ଼ି ବିରୋଧରେ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କ୍ୟାମ୍ପକୁ କେନ୍ଦ୍ରୀୟ ନେତୃତ୍ୱ ଏକାଠି କରି ବିଜେଡ଼ି ବିରୋଧରେ ଲଢ଼ିବା ପାଇଁ କହି ନାହିଁ ତ ? ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଥଇଥାନ କରିବା ସହ ବିଜେଡ଼ି ବିରୋଧରେ ଲଢ଼ିବାପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ସାମ୍ନାକୁ ଆଣିପାରେ ।

ସାଂସଦ ଅପରାଜିତାଙ୍କୁ ସବୁବେଳେ ଟାର୍ଗେଟ କରୁଥିବା ଶାସକ ବିଜେଡ଼ି ଏବେ ଅଡୁଆରେ ପଡ଼ିଯାଇଛି । ଯଦି ଅପରାଜିତା ରାଜ୍ୟ ସରକାରଙ୍କର ସମସ୍ତ ଖଣି ଦୁର୍ନୀତିର ପେଡ଼ି ଖୋଲି ଦିଅନ୍ତି ତେବେ ଶାସକ ବିଜେଡ଼ିର ଅବସ୍ଥା କ’ଣ ହେବ ? ୨୦୨୪ ନିର୍ବାଚନକୁ ସହଜରେ ପାରିହେବା ପାଇଁ ଭାବୁଥିବା ଶାସକ ବିଜେଡ଼ି ବିରୋଧରେ ବିଜେପିର ରଣନୀତି ରେ ପରିବର୍ତ୍ତନ ହୁଏ ତେବେ ଶାସକ ଦଳପାଇଁ ଆଗକୁ ଆହୁରି ଖରାପ ସ୍ଥିତି ଆସୁ ନାହିଁ ତ ? ଯାହାବି ହେଉ ସାଂସଦ ଅପରାଜିତାଙ୍କ ସରକାରୀ କଳ ବିରୋଧରେ ଏପରି ଆରୋପ ସ୍ପଷ୍ଟ କରୁଛି ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କୌଣସି ସମୟରେ ବି ଓଡ଼ିଶାରେ ବିଜେଡ଼ି ସରକାରକୁ ସହଜରେ ବାଟ ଛାଡ଼ିବାକୁ ଆଉ ପ୍ରସ୍ତୁତ ନୁହଁନ୍ତି ବୋଲି ସଂକେତ ଆସିଗଲାଣି ବୋଲି ଧରି ନେବାକୁ ହେବ । ସାଂସଦ ଅପରାଜିତା ଙ୍କୁ ଅସ୍ତ୍ର କରି ଓଡ଼ିଶାରେ ବିଜେପି ଆଗକୁ ମଧ୍ୟ ବଢ଼ିପାରେ ।

Nirvik Bureau

Nirvik Bureau

Related Posts

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?
Politics

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

by Nirvik Bureau
May 13, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ମଇ ୨୦୨୬ ମଇ ମାସ ୭ ତାରିଖର ଘଟଣା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଗଲା ଏକ ବୀଭତ୍ସ କାଣ୍ଡ।...

Read more
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.