• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମନେପଡ଼େ ମହାନଦୀ…

ମନେପଡ଼େ ମହାନଦୀ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୩

ପୂର୍ବଭଳି ମହାନଦୀରେ ଆଉ ପାଣିନାହିଁ । ଖରାଦିନ ଆସିଲା ମାତ୍ରେ ଜଳସ୍ତର ହ୍ରାସ ପାଇଯାଉଛି । ଯାହାକି ସମସ୍ତ ଓଡ଼ିଶା ପାଇଁ ଉଦବେଗର କଥା । ମାତ୍ର ଏହି ମହାନଦୀର ଜଳସ୍ତର ହ୍ରାସ ପାଇବା ନେଇ ସରକାର ଓ ପ୍ରଶାସନିକ ସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ତାହା ମଧ୍ୟ ଦେଖିବାକୁ ମିଳୁନାହିଁ । ବିଧାନସଭା ଅଧିବେଶନ ବେଳେ ରାଜ୍ୟର କିଛି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମନେ ପଡ଼ିଯାଏ ମହାନଦୀର କଥା । ଏନେଇ ଆରମ୍ଭ ହୁଏ ପରସ୍ପର ପ୍ରତି ଆକ୍ଷେପ ଓ ଦୋଷାରୋପର ପର୍ବ । ପୁଣି ବିଧାନସଭା ଅଧିବେଶନ ଶେଷ ହୋଇଗଲେ ଅଟକିଯାଏ ମହାନଦୀ ପ୍ରସଙ୍ଗ ।

ଅନ୍ୟ ଅଧିବେଶନ ଭଳି ଏଥର ମଧ୍ୟ ମହାନଦୀରେ ଜଳସ୍ତର ହ୍ରାସ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ସେ ଦାବୀ କରିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଗୃହରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ରଖନ୍ତୁ । ବିରୋଧୀ ଦଳ ନେତାଙ୍କ କଥାକୁ ସମର୍ଥନ କରିଛନ୍ତି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ ବି ଦାବି କରିଛନ୍ତି ମୋସନ ଆକାରରେ ଆଲୋଚନା ହେଉ ଓ ମନ୍ତ୍ରୀ ମଧ୍ୟ ଉତ୍ତର ରଖନ୍ତୁ । ଏହା ସହିତ କେନ୍ଦ୍ର ଜଳସମ୍ପଦ ବିଭାଗର ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବୀ କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ବିଧାୟକ ।

କିଛି ଦିନ ପୂର୍ବରୁ ମଧ୍ୟ ଶାସକ ଦଳ ବିଜେଡିର ନେତାମାନେ ମହାନଦୀ ଜଳ ଆବଣ୍ଟନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଦାୟୀ କରିବାକୁ ପଛାଇନଥିଲେ । ଏପରିକି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପ୍ରସଙ୍ଗକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ । କେବଳ ସେତିକି ନୁହେଁ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏନେଇ ପ୍ରଶ୍ନ ପଚାରିବା ସହ ମହାନଦୀ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ୍ ବୋଲି ପରାମର୍ଶ ଦେବାକୁ ଭୁଲି ନାହାନ୍ତି । ଚଳିତ ବିଧାନସଭା ଅଧିବେଶନରେ ଯେ, ମହାନଦୀ ପାଣି ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି ବା ଏକାଧିକ ବିଧାୟକ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛନ୍ତି ତା ନୁହେଁ ବରଂ ମହାନଦୀର ଅବସ୍ଥା ନେଇ ଅନେକଥର ବିଧାନ ସଭାରେ ଏହି ପ୍ରସଙ୍ଗ ଆଲୋଚିତ ହୋଇଛି । ଏପରିକି ଗତ ୨୦୧୭ ମସିହା ଡିସେମ୍ବର ମାସରେ ତତ୍କାଳୀନ ବାଚସ୍ପତି ପ୍ରଦୀପ ଅମାତଙ୍କ ନିର୍ଦ୍ଦେଶ ମତେ ଏକ ସର୍ବଦଳୀୟ କମିଟି ମଧ୍ୟ ଗଠନ କରାଯାଇଥିଲା । ମହାନଦୀ ଜଳ ଆବଣ୍ଟନ ବିବାଦର ସମାଧାନ ନେଇ ଜଳ ଟ୍ରିବ୍ୟୁନାଲ୍ ର ଏକ ୫ ଜଣିଆ କମିଟି ମଧ୍ୟ ଗଠନ ହୋଇଛି। ଏହାପରେ ମଧ୍ୟ ମହାନଦୀ ଜଳ ଆବଣ୍ଟନ କେବଳ ଏକ ପ୍ରସଙ୍ଗ ହୋଇ ରହିଯାଇଛି ।

ପୁଣି ଏବେ ମହାନଦୀ ଟ୍ରିବ୍ୟୁନାଲ୍ ର ସଦସ୍ୟ ମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନର ଜଳସ୍ତର ମଧ୍ୟ ଗତବର୍ଷ ଠାରୁ ପ୍ରାୟ ୩ ଫୁଟ ତଳକୁ ଖସି ଯାଇଥିବାର ସୂଚନା ରହିଛି । ମହାନଦୀର ପାଣି ଉପରେ ଚାଷକାର୍ଯ୍ୟ, ବିଦ୍ୟୁତ ଉତ୍ପାଦନ, ପିଇବା ପାଣି ପାଇଁ ଓଡ଼ିଶାବାସୀ ନିର୍ଭର କରିଆସୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ମହାନଦୀ ପାଣି ପ୍ରସଙ୍ଗ ନେଇ ରାଜ୍ୟବାସୀଙ୍କର ଆବଶ୍ୟକତା ଓ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଭୂମିକା ଓ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ମନୋଭାବ କ’ଣ ତାହା ସ୍ପଷ୍ଟ ଭାବେ ବୁଝାପଡ଼ି ଯାଉଛି । ଏହି ବିବାଦ କେବଳ ଦୁଇଟି ରାଜ୍ୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୀମିତ ନୁହେଁ, ଏଥିରେ ନିର୍ବାଚିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଭୂମିକା ମଧ୍ୟ ରହିଛି । ଦିନକୁ ଦିନ ମହାନଦୀର ଜଳସ୍ତର ହ୍ରାସ ପାଇଚାଲିଥିବା ବେଳେ ଟ୍ରିବ୍ୟୁନାଲ୍ ତରଫରୁ ମଧ୍ୟ କୌଣସି ନିଷ୍ପତ୍ତିରେ ଉପନୀତ ନହେବା ଏବେ ପରିସ୍ଥିତିକୁ ଅଧିକ ଜଟିଳ କରିସାରିଛି ।

ଏପରିସ୍ଥଳେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ, ଏହାର ନିର୍ବାଚିତ ଲୋକ ପ୍ରତିନିଧି ଓ ଓଡ଼ିଶା ସରକାରଙ୍କ ଭୂମିକା ନେଇ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ପୂର୍ବରୁ ଗଠିତ ହୋଇଥିବା ସର୍ବଦଳୀୟ କମିଟି କ’ଣ ନିଷ୍ପତ୍ତି ନେଇଛି ? କେତେ ଥର ଏହି କମିଟିର ବୈଠକ ବସିଛି ? କମିଟିର ବୈଠକରୁ କ’ଣ ଫଳ ବାହାରିଛି ? ଟ୍ରିବ୍ୟୁନାଲ କମିଟି ଏପର୍ଯ୍ୟନ୍ତ କ’ଣ ଅନୁଧ୍ୟାନ କରିଛି ? ଯଦି ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅଟକାଇ ରଖୁଛନ୍ତି ତେବେ ତାଙ୍କ ଉପରେ ଚାପ ପକାଯାଉ ନାହିଁ କାହିଁକି ? ଓଡ଼ିଶାର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଏନେଇ ରାଜ୍ୟର ଜନସାଧାରଣଙ୍କୁ ଅବଗତ କରିବା ସହ ନିର୍ଦ୍ଦିଷ୍ଟ ତଥ୍ୟ ଦେବା ଉଚିତ ନୁହେଁ କି ? ଯଦି ପଡ଼ୋଶୀ ରାଜ୍ୟ ସରକାର ଓଡ଼ିଶା ସରକାରଙ୍କର ଅନୁରୋଧକୁ ଶୁଣୁନାହାଁନ୍ତି ତେବେ ଓଡ଼ିଶାର ଶାସକ ଓ ବିରୋଧୀ ଦଳ ଉଭୟ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ ଅସୁବିଧା କେଉଁଠି ?

Nirvik Bureau

Nirvik Bureau

Related Posts

ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…
Politics

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

by Nirvik Bureau
July 31, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୧ ଜୁଲାଇ ୨୦୨୬ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା। ସରକାରଙ୍କୁ ଘେରିବା,କିନ୍ତୁ ସେହି ଜବାବ ମାଗିବାର...

Read more
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.