• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦିଲ୍ଲୀ ମୁହାଁ ନୀତିଶ୍

ଦିଲ୍ଲୀ ମୁହାଁ ନୀତିଶ୍
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୭ ସେପ୍ଟେମ୍ବର ୨୦୨୨

ବିହାରରେ ବିଜେପିକୁ ଚକମା ଦେଇ ନୂଆ ସରକାର ଗଠନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେପ୍ଟେମ୍ବର ୫ ତାରିଖରେ ପ୍ରଥମେ ଲାଲୁ ପ୍ରସାଦ ଯାଦବଙ୍କୁ ସାକ୍ଷାତ କରିଥିଲେ ନୀତିଶ୍ । ଏହା ପରଠାରୁ ସେ ଏବେ ଦିଲ୍ଲୀରେ ସମସ୍ତ ବିଜେପି ବିରୋଧୀ ଶକ୍ତି ମାନଙ୍କୁ ଏକଜୁଟ କରିବା ନେଇ ଯୋଜନା ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ୨୦୨୪ ପାଇଁ ବିକଳ୍ପ ନେତୃତ୍ୱ ସନ୍ଧାନରେ ନୀତିଶ୍ ରହିଛନ୍ତି । ଯଦିଓ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ ବୋଲି କିଛି ସ୍ପଷ୍ଟ କରିନାହାନ୍ତି ମାତ୍ର ତାଙ୍କର ଉଦ୍ୟମ ହିଁ ଅନେକ ସନ୍ଦେଶ ଦେଉଛି ।

ବାମ ଦଳ ନେତା ସୀତାରାମ ୟେଚୁରୀ, ଡ଼ି. ରାଜା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ସେ ଭେଟିଛନ୍ତି । ଏହା ପରେ ସେ ହରିୟାଣା, ମହାରାଷ୍ଟ୍ର , କର୍ଣ୍ଣାଟକ ଆଦି ରାଜ୍ୟ ଗସ୍ତ କରି ସମସ୍ତ ବିଜେପି ବିରୋଧୀ ଶକ୍ତିଙ୍କୁ ଭେଟିବାର ଲମ୍ବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ପୂର୍ବରୁ ବିକଳ୍ପ ନେତୃତ୍ୱ ନେଇ ହୋଇଥିବା ଉଦ୍ୟମ ସଫଳ ହୋଇନଥିଲେ ମଧ୍ୟ, ଏବେ ପୁଣି ତାହା ଆଗକୁ ବଢ଼ିବା ପରି ଲାଗୁଛି । ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର CBI , ED କୁ ଆୟୁଧ କରି ବିରୋଧୀ ଶିବିରରେ ଛନକା ସୃଷ୍ଟି କରୁଥିବା ବେଳେ ଧିରେ ଧିରେ ସମସ୍ତ ବିରୋଧୀ ଦଳ ମଧ୍ୟ ବିଜେପି ବିରୋଧରେ ମେଳି ବାନ୍ଧିବାକୁ ଇଚ୍ଛା ପ୍ରକାଶ କଲେଣି । ୯ଟି ରାଜ୍ୟର ସରକାର ମାନେ ମଧ୍ୟ CBI ତଦନ୍ତ ବାବଦରେ ରାଜ୍ୟର ଅନୁମତିକୁ ପ୍ରତ୍ୟାହାର କରିନେଲେଣି । ବିହାର ମଧ୍ୟ ଏ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରେ । ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ଶିବସେନା, ଏନସିପି, କଂଗ୍ରେସର ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ବିରୋଧରେ ଅନ୍ୟ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକ ଏକାଠି ହେବାପାଇଁ ସଂକେତ ଦେଲେଣି ।

ବିଜେପିର ବିସ୍ତାର ବାଦୀ ଓ ଆଞ୍ଚଳିକ ରାଜନୈତିକ ଦଳ ବିରୋଧୀ ଆଭିମୁଖ୍ୟକୁ ଆଉ ବରଦାସ୍ତ କରିବା ମୁଡ଼୍ ରେ ଛୋଟ ଛୋଟ ରାଜନୈତିକ ଦଳ ଗୁଡିକ ନାହାନ୍ତି । ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ ଆଦମୀ ପାର୍ଟି ଏବେ ଗୁଜୁରାଟ ମୁହାଁ ହୋଇଛି । ଆଗକୁ ଗୁଜୁରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟର ନିର୍ବାଚନ ରହିଛି । ଏଣୁ ଏହି ରାଜ୍ୟ ଗୁଡ଼ିକର ନିର୍ବାଚନ ପୂର୍ବରୁ ହୁଏତ କିଛି ବିକଳ୍ପ ସମୀକରଣର ସଂକେତ ମିଳିପାରେ । ରାଜନୈତିକ ଅଭିଜ୍ଞତା ଓ ନେତୃତ୍ୱ ନେବାର ଦକ୍ଷତା ଦୃଷ୍ଟିରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଆଗରେ ରହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୀୱାଲଙ୍କ ଠାରୁ ମଧ୍ୟ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ନୀତିଶ୍ କୁମାରଙ୍କ ପ୍ରଭାବ ପଡ଼ିବାର ସମ୍ଭାବନା ମଧ୍ୟ ରହିଛି । ପୁରୁଣା ଜନତା ଦଳର ସମସ୍ତ ନେତାଙ୍କ ସହ ନୀତିଶ୍ କୁମାରଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି । ସେ ଚାହିଁଲେ ସମସ୍ତଙ୍କୁ ଏକାଠି କରିପାରିବେ । ଏପରିକି ଉତ୍ତରପ୍ରଦେଶରେ ମଧ୍ୟ ନୀତିଶ୍ କୁମାର ଉଭୟ ମୁଲାୟମ ସିଂ ଯାଦବ ଓ ଅଖିଲେଶ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତାପରେ ସେ କର୍ଣ୍ଣାଟକ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା ଓ ତାଙ୍କ ପୁଅ ଏଚ. ଡି. କୁମାରସ୍ବାମୀଙ୍କୁ ମଧ୍ୟ ସାକ୍ଷାତ କରିବେ । ନୀତିଶ୍ ଙ୍କର ପୁରୁଣା ଜନତା ଦଳ ନେତାଙ୍କ ସହ ଥିବା ସମ୍ପର୍କ ଯଦି ପୁନର୍ବାର ଆଗକୁ ବଢ଼େ ତେବେ ଜାତୀୟ ରାଜନୀତିରେ ନୀତିଶ୍ କୁମାର ହିଁ ବିକଳ୍ପ ନେତୃତ୍ୱ ନେବାରେ ଅସୁବିଧା ହେବନାହିଁ ବୋଲି ବହୁ ରାଜନୈତିକ ପର୍ଯ୍ୟବେକ୍ଷକଙ୍କର ମତ । ମାତ୍ର ଜାତୀୟ ସ୍ତରରେ କଂଗ୍ରେସର ସମର୍ଥନ ନିହାତି ଜରୁରୀ । ଯେହେତୁ କଂଗ୍ରେସ ମିଳିତ ଭାବେ ବିହାରରେ ସରକାରରେ ରହିଛି ତେଣୁ ରାହୁଲ ଗାନ୍ଧୀଙ୍କ ସମର୍ଥନ ମଧ୍ୟ ନୀତିଶ୍ ଙ୍କୁ ମିଳିବା ସହଜ ହୋଇଯାଇ ପାରେ ।

ବର୍ତ୍ତମାନର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ର ଆକଳନ ମୁତାବକ ଯଦି ବିଜେପି ଆସନ ସଂଖ୍ୟା ହ୍ରାସ ପାଉଛି ତେବେ ଆଗକୁ ଏହା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିଜେପି ପୂର୍ବ ସ୍ଥିତି ବଜାୟ ନ ରଖେ, ତେବେ ବିକଳ୍ପ ରାଜନୀତିର ସମ୍ଭାବନା ଉଜ୍ଜ୍ୱଳ । ପୂର୍ବ ଜନତା ଦଳର ନେତାମାନଙ୍କ ସହ କଂଗ୍ରେସ, ଏନ୍‌‌ସିପି, ଶିବସେନା, ଅକାଳି ଦଳ, ଟି ଆର୍ ଏସ୍‌‌, ତୃଣମୂଳ କଂଗ୍ରେସ ଆଦି ଯଦି ନୀତିଶ୍ କୁମାରଙ୍କ ଜେଡିୟୁ ଓ ଆର୍ ଜେ ଡି ସହ ଯୋଡ଼ି ହୁଅନ୍ତି ତେବେ ଏକ ସଶକ୍ତ ବିକଳ୍ପ ଦେଶକୁ ମିଳିବାରେ ଅସୁବିଧା ହୋଇ ନ ପାରେ । ଏହାର ନେତୃତ୍ୱ ପ୍ରସଙ୍ଗ ଉଠିଲେ ନୀତିଶ୍ ଙ୍କ ପ୍ରଭାବ ହିଁ ଅନ୍ୟମାନଙ୍କ ଠାରୁ ଆଗରେ ରହିବ ଏଥିରେ ଦ୍ୱିମତ ହେବାର ନାହିଁ ।

ତେବେ ବିଜେପିର ବିକଳ୍ପ ତିଆରି କରିବାରେ ନୀତିଶ୍ ଙ୍କ ଦିଲ୍ଲୀ ଗସ୍ତ କେତେଦୂର ସହାୟକ ହେବ ? ଟିଏମ୍ ସି , ଆପ୍, ଟି ଆର୍ ଏସ୍‌‌, କଂଗ୍ରେସ ଏବଂ ବାମଦଳ ଗୋଟିଏ ନେତୃତ୍ୱ ତଳେ ରହିବାକୁ ପ୍ରସ୍ତୁତ ହେବେ ତ? ଯଦି ଏହା ସମ୍ଭବ ହୁଏ ତେବେ ବିକଳ୍ପ ରାଜନୀତି ର ଶ୍ରେୟ ନୀତିଶ୍ କୁମାର ହିଁ ନେବେ ।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.