• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବେରୋଜଗାରୀ ର ବ୍ୟଥା…

ବେରୋଜଗାରୀ ର ବ୍ୟଥା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୯ ସେପ୍ଟେମ୍ବର ୨୦୨୨

କୋଭିଡ୍ ମହାମାରୀ ପରେ ଭାରତ ବର୍ଷର ସବୁଠାରୁ ଉତ୍କଟ ସମସ୍ୟା ଭାବେ ବେରୋଜଗାରୀକୁ ଗଣାଯାଉଛି । କେନ୍ଦ୍ରସରକାର ଓ ବିଭିନ୍ନ ରାଜ୍ୟର କ୍ଷମତାସୀନ ସରକାର ମାନେ ଏ ପର୍ଯ୍ୟନ୍ତ ବେକାରୀ ହାର ବାବଦରେ ନୀରବତା ଅବଲମ୍ବନ କରିଚାଲିଛନ୍ତି । ଅନ୍ୟପକ୍ଷରେ ଦେଶରେ କୋଟି କୋଟି ଶିକ୍ଷିତ ବେକାର ନିଜର ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଗତ ସଂସଦ ଅଧିବେଶନରେ ମିଳିଥିବା ତଥ୍ୟ ଉପରେ ଯଦି ନଜର ପକାଇବା ତେବେ ବୁଝିପାରିବା ବେକାରୀ ମଧ୍ୟ କୌଣସି ମହାମାରୀ ଠାରୁ କମ୍ ଭୟଙ୍କର ନୁହେଁ ବୋଲି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦରେ ରଖିଥିବା ଉତ୍ତର କୁ ଯଦି ଦେଖିବା ତେବେ ଗତ ୮ ବର୍ଷ ମଧ୍ୟରେ ୨୨ କୋଟି ଯୁବକ/ଯୁବତୀ କେନ୍ଦ୍ରସରକାର ଙ୍କ ଅଧୀନରେ ଚାକିରୀ ପାଇବା ପାଇଁ ଆବେଦନ କରିଥିବାବେଳେ ମାତ୍ର ୭ ଲକ୍ଷ ଙ୍କୁ ଚାକିରୀ ମିଳିଛି । ପାଖାପାଖି ଦେଶର ୧ କୋଟିରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ଯଦି ନିଯୁକ୍ତି ନମିଳେ ତେବେ ଏଥିପାଇଁ କିଏ ଦାୟୀ ? ଏହି ତଥ୍ୟ ଅନୁଯାୟୀ କେନ୍ଦ୍ରସରକାରଙ୍କର ବିଭିନ୍ନ ବିଭାଗରେ ଚାକିରୀ ପାଇବା ପାଇଁ ୨୦୧୪ ମସିହାରେ ଆବେଦନ କରିଥିଲେ ୨ କୋଟି ୩୨ ଲକ୍ଷରୁ ଅଧିକ ଯୁବ ବର୍ଗ ମାତ୍ର ଚାକିରୀ ପାଇଥିଲେ ୧ ଲକ୍ଷ ୩୦ ହଜାର ୪୨୩, ୨୦୧୫ ମସିହାରେ ଆବେଦନ କରିଥିଲେ ୨ କୋଟି ୯୫ ଲକ୍ଷରୁ ଅଧିକ ଓ ଚାକିରୀ ପାଇଥିଲେ ୧ ଲକ୍ଷ ୧୧ ହଜାର ୮୦୭ ଜଣ, ୨୦୧୬ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୨ କୋଟି ୨୮ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିବା ସଂଖ୍ୟା ୧ ଲକ୍ଷ ୧ ହଜାର ୩୩୩ । ସେହିପରି ୨୦୧୭ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୩ କୋଟି ୯୪ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୭୬ ହଜାର ୧୪୭ ଜଣ, ୨୦୧୮ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୫ କୋଟି ୯ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୩୮ ହଜାର ୧୦୦ ଜଣ । ୨୦୧୯ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୭୮ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୧ଲକ୍ଷ ୪୭ ହଜାର ୯୬ ଜଣ, ସେହିପରି ୨୦୨୦ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୮୦ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିଲେ ୭୮ ହଜାର ୫୫୫ ଜଣ । ୨୦୨୧ ମସିହାରେ ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୮୬ ଲକ୍ଷରୁ ଅଧିକ ଥିବାବେଳେ ଚାକିରୀ ପାଇଥିବା ସଂଖ୍ୟା ଥିଲା ୩୮ ହଜାର ୮୫୦ । ତେବେ ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଅର୍ଥାତ୍ ୮ ବର୍ଷ ମଧ୍ୟରେ କେନ୍ଦ୍ରସରକାରଙ୍କର ଖାଲିଥିବା ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଆକଳନ ହୁଏ, ଏମାନଙ୍କ ସଂଖ୍ୟା ହେଉଛି ୨୨ କୋଟି ୫ ଲକ୍ଷ ୯୯ ହଜାର ୨୩୮ ଓ ସେହି ଅନୁପାତରେ କେନ୍ଦ୍ରସରକାରଙ୍କ ବିଭିନ୍ନ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପାଇଥିବା ଯୁବକ/ଯୁବତୀ ଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୨୨ହଜାର ୩୧୧ । ତେବେ ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ ଯଦି ବିଜେପି କ୍ଷମତାକୁ ଆସେ ତେବେ ୧୦ ବର୍ଷ ଭିତରେ ୨୫ କୋଟି ଚାକିରୀ ର ସୁଯୋଗ ତିଆରି କରାଯିବ, ଏବେ ଭାବନ୍ତୁ ତ..

୨୦୧୪ ପରଠାରୁ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାର ଥିବା ବେଳେ ୮ ବର୍ଷରେ କେବଳ ସରକାରୀ ଚାକିରୀ ମିଳିଛି ମାତ୍ର ୭ ଲକ୍ଷ ଯୁବକ / ଯୁବତୀଙ୍କୁ । ଇଏ ହେଉଛି ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରର କଥା ଓ କାମ ମଧ୍ୟରେ ଥିବା ଫରକ । ଖାଲି ସେତିକି ନୁହେଁ CMIE ର ଆଉ ଏକ ତଥ୍ୟ କହୁଛି ମାର୍ଚ୍ଚ ୨୦୧୭ ରେ ଯୁବ ନିଯୁକ୍ତି ହାର ୨୦.୯ ପ୍ରତିଶତ ଥିବାବେଳେ ମାର୍ଚ୍ଚ ୨୦୨୨ରେ ଏହି ନିଯୁକ୍ତି ହାର ୧୦.୪ପ୍ରତିଶତ କୁ ହ୍ରାସ ପାଇଛି।

ସେହିଭଳି ଅନ୍ୟ ରାଜ୍ୟ ଗୁଡିକର ଅବସ୍ଥା ମଧ୍ୟ ଉଣା ଅଧିକେ ସମାନ । CMIE ର ତଥ୍ୟ ଅନୁଯାଇ ସେପ୍ଟେମ୍ବର ୮, ୨୦୨୨ ସୁଦ୍ଧା ଭାରତରେ ବେକାରୀ ହାର ୭.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହି ହାର ୯ ପ୍ରତିଶତରୁ ଅଧିକ ରହିଛି । ବିଜେପି ଶାସିତ ରାଜ୍ୟ ହରିୟାଣାରେ ବେକାରୀ ହାର ସର୍ବାଧିକ ୩୭.୩ ଥିବାବେଳେ ଓଡ଼ିଶା, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଏହି ହାର ସମାନ ଭାବେ ୨.୬ ପ୍ରତିଶତ ରହିଛି । ପୂର୍ବରୁ ମଧ୍ୟ CMIE ଓ ଓଡ଼ିଶା ସରକାରଙ୍କ ନିଜସ୍ୱ “Economic Survey ” ର ବେକାରୀ ହାର ନେଇ ଦ୍ୱନ୍ଦ ରହିଛି ।

ସାରା ଦେଶରେ ବେକାରୀ ମାନଙ୍କ ବଢୁଥିବା ହାର ଓ ତଥ୍ୟକୁ ନେଇ ଉଦ୍ ବେଗ ପ୍ରକାଶ ପାଉଥିବା ବେଳେ ଉଭୟ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ବିଜେଡ଼ି ସରକାର ଏ ନେଇ ଯଥା ସମ୍ଭବ ନିରବତା ଅବଲମ୍ବନ କରିଚାଲିଥିବା ଭଳି ମନେ ହୁଏ । କେବଳ ନିର୍ବାଚନ ସମୟରେ ବେକାର ଯୁବକ ଓ ଯୁବତୀଙ୍କୁ ପ୍ରଲୋଭିତ କରିବାପାଇଁ ରାଜନୈତିକ ଦଳ ଗୁଡ଼ିକ ଏହାକୁ ପ୍ରମୁଖ ପ୍ରସଙ୍ଗ କରୁଥିବା ବେଳେ ନିର୍ବାଚନ ପରେ ନିଯୁକ୍ତି ପ୍ରକ୍ରିୟା ନେଇ ଚୁପ୍ ରହିଯାଆନ୍ତି । ବିଗତ ବର୍ଷ ମାନଙ୍କରେ କାହିଁକି କେନ୍ଦ୍ର ସରକାର କୋଟି କୋଟି ଯୁବକ / ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହୋଇଛନ୍ତି ଏହାର ଉତ୍ତର ଦେବା ଉଚିତ୍ ନୁହେଁକି ? ସେହିପରି ଓଡ଼ିଶା ସରକାର CMIE ର ତଥ୍ୟକୁ ନେଇ ଶ୍ରେୟ ନେଉଥିବା ବେଳେ ପ୍ରକୃତରେ ୨୨ବର୍ଷର ଶାସନ କାଳରେ କେତେ ବେକାର ଯୁବକ / ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ସରକାରୀ ସ୍ତରରେ ତାର ଏକ ହିସାବ ଓଡ଼ିଶାର ଜନସାଧାରଣ ଙ୍କୁ ଦେବାର ଆବଶ୍ୟକତା ନାହିଁ କି ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.