• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସମଦୂରତା ରୁ ସହଭାଗୀତା …

ସମଦୂରତା ରୁ ସହଭାଗୀତା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ସେପ୍ଟେମ୍ବର ୨୦୨୨

ସାରା ଦେଶରେ ଚାଲିଛି ବିକଳ୍ପ ରାଜନୀତିର ଚର୍ଚ୍ଚା । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ବିକଳ୍ପ ସରକାର କିଏ ଦେଇପାରିବ ? କଂଗ୍ରେସ ଏକାକୀ ବିକଳ୍ପ ସରକାର ଦେଇପାରିବ ନାହିଁ, ତେଣୁ ସମସ୍ତ ଅଣ ବିଜେପି ଶକ୍ତି ଏକାଠି ହୋଇପାରିବେ ତ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଉଦ୍ୟମ । କଂଗ୍ରେସ, ଆପ୍ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର । ନୀତିଶ୍ କୁମାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ନୀତିଶ୍ ଓ ନବୀନଙ୍କ ଭେଟଘାଟ୍ ର ଉଦ୍ଦେଶ୍ୟ କ’ଣ ? ନୀତିଶ୍ କୁମାର କ’ଣ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ମାନଙ୍କ ସହ ଏକାଠି କରି ପାରିବେ ? ଯଦି ଏହି ପ୍ରଶ୍ନର ଉତ୍ତର ଖୋଜାଯାଏ, ତେବେ ଏହା ମିଳିବା ବର୍ତ୍ତମାନ ସମୟରେ କଷ୍ଟକର ହୋଇପାରେ । ଯଦି ୮ ବର୍ଷ ତଳକୁ ଆମେ ଫେରିଯିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ କିଛି ପୁରୁଣା କଥାକୁ ମନେପକାଇବା, ତାହେଲେ ବୁଝିହେବ ଏହି ଦୁଇ ନେତାଙ୍କ ରାଜନୈତିକ ଉଦ୍ଦେଶ୍ୟ ଓ ବଦଳିଥିବା ଆଭିମୁଖ୍ୟକୁ ।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ NDTV କୁ ଏକ ସାକ୍ଷାତକାର ଦେଇ ଓ଼ଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ନରେନ୍ଦ୍ର ମୋଦି ଜାତୀୟ ସ୍ତରରେ ନେତୃତ୍ୱ ନେବାପାଇଁ ଗ୍ରହଣୀୟ ହେବେ ନାହିଁ ଏବଂ ରାହୁଲ୍ ଗାନ୍ଧୀଙ୍କ ପ୍ରଦର୍ଶନ ମଧ୍ୟ ଜାତୀୟସ୍ତର ର ରାଜନୀତିରେ ନୈରାଶ୍ୟଜନକ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ମଧ୍ୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ କୁ ଅନଭିଜ୍ଞ ବୋଲି ଅଭିହିତ କରିଥିଲେ । ଯଦିଓ ଉଭୟ ନେତାଙ୍କର ଅତୀତରେ ବିଜେପି ସହ ସମ୍ପର୍କ ଭଲଥିଲା ମାତ୍ର ସେମାନେ ନିଜକୁ ନିରାପଦ ଦୂରତାରେ ରଖିବାକୁ ଚାହୁଁଥିଲେ । ଏପରିକି ନୀତିଶ୍ କୁମାର ଓ ନବୀନ ପଟ୍ଟନାୟକଙ୍କ ଭିତରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ବେଶ୍ ଭଲ ଥିଲା । ମାତ୍ର ସମୟ ବଦଳିବା ସହ ଦୁଇ ନେତାଙ୍କ ରାଜନୈତିକ ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ନୀତିଶ୍ କେତେବେଳେ ବିଜେପି ସହିତ ତ ପୁଣି କେତେବେଳେ କଂଗ୍ରେସ ସହିତ ମିଶି ବିହାର ରେ ସରକାର ର ନେତୃତ୍ୱ ନେଇଛନ୍ତି ।

ମାତ୍ର ନବୀନ ପଟ୍ଟନାୟକ ନିଜକୁ ବିଜେପି ଓ କଂଗ୍ରେସ ଠାରୁ ଦୂରରେ ରଖି “ସମଦୂରତା” ନୀତି ଅବଲମ୍ବନ କରୁଛନ୍ତି ବୋଲି ଲୋକମାନଙ୍କୁ ଧାରଣା ଦେବାକୁ ଚେଷ୍ଟା କରିଆସିଛନ୍ତି ଓ ଓଡ଼ିଶା ର ରାଜନୀତିରେ କ୍ଷମତା ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଯଦି ଆପଣ ସେହି NDTV ରେ ପ୍ରସାରିତ ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ମନେପକାଇବେ ଓ ଆଜି ଦିନରେ ଓଡ଼ିଶାର ଲମ୍ବା ସମୟ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ର ଆଭିମୁଖ୍ୟକୁ ତୁଳନା କରିବେ ତାହେଲେ “ସମଦୂରତା” ଥିଓରୀକୁ ବୁଝିପାରିବେ । ସମଦୂରତାର କଥା କହି ଆସୁଥିବା ବିଜେଡ଼ି ବିଭିନ୍ନ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ସଂସଦରେ ବିଜେପି ନେତୃତ୍ଵାଧୀନ NDA ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇଆସିଛି । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ମଧ୍ୟ ଅନ୍ୟ ଦଳଠାରୁ ଆଗୁଆ ଆସି ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ବିଜେପିର ପ୍ରାର୍ଥୀ ରାଜ୍ୟସଭା ଯିବାପାଇଁ ଓଡ଼ିଶାରେ ସଂଖ୍ୟା ନଥିବା ବେଳେ, ବିଜେଡ଼ି ସମର୍ଥନ ଦେଇ ରାଜ୍ୟସଭା ପଠାଇଛି । ବିଜେଡ଼ିର ୨୦୧୪ ର ଆଭିମୁଖ୍ୟ ଓ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଦେଇଥିବା ସହଯୋଗ ଓ ସମର୍ଥନ କ’ଣ ସୂଚୀତ କରୁଛି ? ରାଜନୀତିରେ ଏହାକୁ କ’ଣ କୁହାଯିବ ? ସମଦୂରତା ନା ସହଭାଗିତା ? ଗତ କିଛି ବର୍ଷ ଭିତରେ କେତେକ ରାଜନୈତକ ଘଟଣା ଓଡ଼ିଶାର ଜନସାଧାରଣଙ୍କୁ ଦ୍ବନ୍ଦରେ ପକାଇଛି । ସେମାନେ ମଧ୍ୟ ଭାବି ପାରୁନାହାନ୍ତି କାହିଁକି ବିଜେଡ଼ି ଓ ବିଜେପି ମଧ୍ୟରେ ସମ୍ପର୍କର ପରିଭାଷା ବଦଳିଯାଇଛି ? ଏହାର କାରଣ ଯାହାବି ହେଉନା କାହିଁକି, ଯେ କେହିବି ସ୍ୱୀକାର କରିବ ୨୦୧୪ ରେ ନବୀନ ପଟ୍ଟନାୟକଙ୍କ ସମଦୂରତା ଥିଓରୀ ଏବେ ଓଡ଼ିଶା ରାଜନୀତିରେ ଅତୀତ ହୋଇଯାଇଛି । ତେବେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡ଼ି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର କ’ଣ ବିଜେପି ବିରୋଧୀ ମେଣ୍ଟରେ ନେବା ସହଜ ହେବ ? ବାରମ୍ବାର ନୀତି ବଦଳାଉଥିବା ଦୁଇ ନେତା ନୀତିଶ୍ ଓ ନବୀନ କ’ଣ ବିଜେପି ବିରୋଧୀ ଶକ୍ତିକୁ ଏକଜୁଟ୍ କରିପାରିବେ ? ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ହୋଇ ପରେ କ୍ଷମତା ପାଇଁ ବିଜେପି ସହ ହାତ ମିଳାଇବେ ନାହିଁ ତ ?

Nirvik Bureau

Nirvik Bureau

Related Posts

କେମିତି ଚାଲିଛି ବିଧାନସଭା …
Politics

କେମିତି ଚାଲିଛି ବିଧାନସଭା …

by Nirvik Bureau
December 7, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଡିସେମ୍ବର ୨୦୨୫ ସପ୍ତାହେରୁ ଅଧିକ ସମୟ ଧରି ଆରମ୍ଭ ହେଲାଣି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ...

Read more
ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

November 23, 2025
ନୂଆପଡ଼ାରୁ ସଂକେତ…..

ନୂଆପଡ଼ାରୁ ସଂକେତ…..

November 17, 2025
The Political Messages from Nuapada

The Political Messages from Nuapada

November 15, 2025
କାହାର ହେବ ନୂଆପଡ଼ା ?

କାହାର ହେବ ନୂଆପଡ଼ା ?

November 11, 2025
Sabotage Within BJD!  Happy Birthday, Naveen Patnaik!

Sabotage Within BJD!
Happy Birthday, Naveen Patnaik!

October 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.