• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧନୀ ରାଜ୍ୟର ଗରିବ ମନ୍ତ୍ରୀ

ଧନୀ ରାଜ୍ୟର ଗରିବ ମନ୍ତ୍ରୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ସେପ୍ଟେମ୍ବର ୨୦୨୨

ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ କୋଇଲା ୨୪%, ଲୁହାପଥର ୩୩%, ମାଙ୍ଗାନିଜ୍‌ ୪୩%, ବକ୍ସାଇଟ୍ ୫୧%, ନିକେଲ୍ ୯୨%, କ୍ରୋମାଇଟ୍ ୯୪% । ଏବେ ଆପଣ ଭାବନ୍ତୁ ଓଡ଼ିଶା ଭାରତବର୍ଷର ଅନ୍ୟ ରାଜ୍ୟ ଗୁଡ଼ିକ ଠାରୁ କେତେ ଖଣିଜ ସମୃଦ୍ଧ ରାଜ୍ୟ । ୨୦୨୨-୨୩ ରେ ଓଡ଼ିଶା ସରକାର କେବଳ ଖଣିଜ କ୍ଷେତ୍ରରୁ ଅଣଟିକସ ରାଜସ୍ବ ବାବଦକୁ ୪୮,୨୦୦ କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବଜେଟରେ ଦର୍ଶାଇଛନ୍ତି । କୋଭିଡ଼ ପରବର୍ତ୍ତୀ ସମୟରେ ଓଡ଼ିଶାର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ହୋଇଥିବା ବେଳେ ଜାତୀୟ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ରହିଛି ,ତେବେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାର ଠାରୁ ବେଶ ଅଧିକ ରହିଥିବା ବେଳେ କେହି କେବେ ବିଶ୍ୱାସ କରିବେ କି ଯେ, ଓଡ଼ିଶା ସରକାରର କିଛି ମନ୍ତ୍ରୀ ମାନଙ୍କ ପାଖରେ ୪ ଚକିଆ ଗାଡ଼ି ଖଣ୍ଡେ ନାହିଁ ବୋଲି ।

ଆପଣମାନଙ୍କୁ ଏକଥା ଅବିଶ୍ୱାସ ଲାଗୁ ଥାଇପାରେ ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଦାଖଲ କରିଥିବା ସମ୍ପତ୍ତି ତାଲିକାରେ ନିଜର ୪ ଚକିଆ ଗାଡ଼ି ନଥିବା କଥା କିଛି ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀମାନେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଚାରି ଚାରି ଥର ବିଧାୟକ ଓ ଖଣି ସମୃଦ୍ଧ ରାଜ୍ୟର ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ୩ ଥର ର ବିଧାୟକ ଓ ଖଣି ଖାଦାନ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ମଧ୍ୟ ଦର୍ଶାଇଛନ୍ତି ସେମାନଙ୍କ ନାଁ ରେ ୪ ଚକିଆ ଗାଡ଼ି ଖଣ୍ଡିଏ ବି ନାହିଁ । ସେହିପରି ନୂଆକରି ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ପାତ୍ର ଓ ରୀତା ସାହୁ ମଧ୍ୟ ଏଭଳି ୪ ଚକିଆ ଗାଡ଼ି ନିଜ ନାଁ ରେ ନଥିବା ନେଇ ତଥ୍ୟ ଦାଖଲ କରିଛନ୍ତି । ଯଦି ୨୨ ବର୍ଷ ଧରି ଏକ ସ୍ଥିର ସରକାରରେ ଏକାଧିକବାର ଲୋକ ପ୍ରତିନିଧି ହେବାର ସୁଯୋଗ ପାଇ ଏହି ମନ୍ତ୍ରୀମାନେ କାର ଖଣ୍ଡିଏ ନିଜ ନାଁ ରେ କିଣିବାକୁ ସମର୍ଥ ହୋଇନାହାଁନ୍ତି ତେବେ ଭାବନ୍ତୁ ତ ଏହାକୁ ବିଶ୍ୱାସ କରାଯାଇ ପାରିବ କି? ମହାମାରୀ କୋଭିଡ଼ ପରେ ଯଦି ମଧ୍ୟବିତ୍ତ ଭାରତୀୟ ମାନେ କାର କିଣିବାରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ଅଛନ୍ତି ତେବେ ଆମ ରାଜ୍ୟର ମନ୍ତ୍ରୀମାନେ କ’ଣ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ବି ନୁହଁନ୍ତି ? ଇଏତ ହେଉଛି ସେମାନଙ୍କ ଦ୍ୱାରା ଦିଆଯାଇଥିବା ଗାଡ଼ିର ତଥ୍ୟ । ସେହିପରି ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ନିଜ ପରିବାର ମାଲିକାନାରେ ଥିବା ଏକାଧିକ ଗାଡ଼ିର ତଥ୍ୟକୁ ସ୍ୱୀକାର କରିବା ସହ ଖବରର ଶିରୋନାମା ହୋଇଛନ୍ତି । ଯଦି ମାତ୍ର ବର୍ଷେ ଦୁଇ ବର୍ଷ ମଧ୍ୟରେ ବିଜେଡି ସରକାରରେ ମନ୍ତ୍ରୀ ହୋଇ ନେତା ମାନେ ଏକାଧିକ ଗାଡ଼ି କିଣିଥିବା ତଥ୍ୟ ଦେଉଛନ୍ତି ତେବେ ଯେଉଁ ପରିବାର ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସକ ଦଳର ପ୍ରଭାବଶାଳୀ ପରିବାର ହୋଇ ରହିବା ସତ୍ତ୍ୱେ ନିଜ ନାଁ ରେ ଗାଡ଼ି ଖଣ୍ଡିଏ କିଣି ପାରି ନାହାଁନ୍ତି ଏ କଥାକୁ କିଏ ସତ ଭାବିବ ? ମନ୍ତ୍ରୀ ମାନେ ଦେଇଥିବା ଘର, ଫ୍ଲାଟ, ଜମି ଓ ସୁନା ଗହଣା ସମ୍ପର୍କିତ ତଥ୍ୟ ରେ ମଧ୍ୟ ବହୁ କଥା ଲୁଚାଯାଇଥିବା ଭଳି ମନେହେଉଛି । ଯେଉଁମାନେ ନିଜ ନାଁ ରେ ୪ ଚକିଆ ଗାଡ଼ି ନାହିଁ ବୋଲି ତଥ୍ୟ ଦାଖଲ କରିଛନ୍ତି ସେମାନଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ଭଳିକି ଭଳି ଦାମୀ ଗାଡ଼ି ଚଢ଼ି ନିଜ ନିର୍ବାଚନ ମଣ୍ଡଳୀଠାରୁ ବିଧାନସଭା ଆସୁଥିବା ଲୋକେ ଦେଖିଛନ୍ତି । ସେମାନେ କିପରି ଏହି ତଥ୍ୟକୁ ବିଶ୍ୱାସ କରିବେ ? ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ସରଳ ଜୀବନ ଯାପନ କରିବା ସହ ଲମ୍ବା ସମୟ ଧରି ଓଡ଼ିଶାବାସୀଙ୍କ ହୃଦୟ ଜିତିଥିବା ମୁଖମନ୍ତ୍ରୀ ଯଦି ନିଜର ଏହି ମନ୍ତ୍ରୀ ମାନଙ୍କ ତଥ୍ୟକୁ ଦେଖିବେ ସେ କେବେ ଏହାକୁ ବିଶ୍ୱାସ କରିବେ କି ? ୪ ଚକିଆ ଗାଡ଼ି ନଥିବା ବିଧାୟକଙ୍କ ପାଇଁ ବିଧାନସଭା ପକ୍ଷରୁ ମଧ୍ୟ ଋଣ ଯୋଗାଇ ଦେବାର ବ୍ୟବସ୍ଥା ଥିବା ସତ୍ତ୍ୱେ କାହିଁକି ଏହି ନେତା ମାନେ ନିଜ ନାଁ ରେ ଗାଡ଼ି କିଣି ପାରି ନାହାନ୍ତି ତାହା ଜଣାଇବା ଉଚିତ କି ନୁହେଁ ? ନିଜେ ଦାଖଲ କରିଥିବା ସମ୍ପତ୍ତିର ମୂଲ୍ୟ ଯେବେ କିଣିଥିଲେ ଓ କେଉଁ ସୂତ୍ରରୁ ଅର୍ଥ ଦେଇଥିଲେ , ସେତେବେଳେ ବଜାର ଦର ଓ ଆଜିର ବଜାର ଦର କଣ ଅଛି ତାହା ମନ୍ତ୍ରୀ ମାନେ ଜଣାଇଛନ୍ତି କି ? ନିଜର ପଦବୀ ଓ କ୍ଷମତାର ଦୁରୁପଯୋଗ କରି ବାସ୍ତବିକ ମୂଲ୍ୟ ବା ବଜାର ଦରରୁ କମ ମୂଲ୍ୟରେ ଜମି ଓ ଘର କିଣି ନାହାନ୍ତି କି ? ଯଦି ଏହା ସେମାନେ ମନଇଚ୍ଛା ଧାର୍ଯ୍ୟ କରିଥାନ୍ତି ତେବେ ଏହା ପ୍ରମାଣ ଯୋଗ୍ୟ ହୋଇପାରିବକି ? ତାହା ନଦେଲେ ଏହି ତାଲିକାର ଅର୍ଥ କ’ଣ ହେବ ? ସମ୍ପତ୍ତି ଆହରଣର ବହୁ ସମୟ ପରେ ଏବଂ ବିଳମ୍ବରେ ଏହି ତାଲିକା ଦେବା ସାଧାରଣଲୋକଙ୍କ ପାଇଁ କିଛି ମୂଲ୍ୟ ରଖେ କି ? ଯଦି ନୁହେଁ ତେବେ ମନ୍ତ୍ରୀ, ଅଫିସରଙ୍କ ସମ୍ପତ୍ତି ତାଲିକା ଘୋଷଣା ଏକ ଭେଳିକି ନୁହେଁ କି ? ଓଡ଼ିଶାବାସୀଙ୍କ ଏକଥା ମନେଥାଇ ପରେ ଯେ, ୧୯୮୫ ରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ତତ୍କାଳୀନ ବିରୋଧୀ ଦଳର ପ୍ରମୁଖ ଅଭିଯୋଗ ଥିଲା “ମନ୍ତ୍ରୀଙ୍କ ସମ୍ପତ୍ତି, ରାଜ୍ୟର ଦୁର୍ଗତି” । ଯେଉଁ ଅଭିଯୋଗ ଆଧାରରେ ଲୋକେ ନିର୍ବାଚନରେ କଂଗ୍ରେସ ସରକାରକୁ କ୍ଷମତାରୁ ବାହାର ରାସ୍ତା ଦେଖାଇ ଥିଲେ। ସେହିପରି ୧୯୯୦ ରେ କ୍ଷମତାସୀନ ଜନତାଦଳ ସରକାରର କିଛି ମନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆଣିଥିଲା ବିରୋଧୀ କଂଗ୍ରେସ ଓ ଏହା ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ଓଡ଼ିଶା ରାଜନୀତିରେ । ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ଏବେର ବିରୋଧୀ ଦଳ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଦେଖିବା ତ ଦୂରର କଥା ଏହି ବାବଦରେ ସମ୍ପୂର୍ଣ୍ଣ ନିରବ ଥିବା ଭଳି ମନେ ହୁଏ । ସେହିପରି ଗଣମାଧ୍ୟମ କଥା ନ କହିଲେ ଭଲ । ଯଦି ଜଣେ କିରାଣୀ କିମ୍ବା ଚପରାଶି ର ଆୟ ବର୍ହିଭୁତ ସମ୍ପତ୍ତି ଭିଜିଲାନ୍ସ ଦ୍ୱାରା ଠାବ ହେଲା , ତେବେ ଖୋଳତାଡ଼ ଆରମ୍ଭ କରିଦେଉଥିବା ମିଡ଼ିଆ ଏବେ ମନ୍ତ୍ରୀଙ୍କ ସମ୍ପତ୍ତିର ତାଲିକା ନେଇ ପ୍ରଶ୍ନ ଉଠାଇବା ଉଚିତ ମନେକରୁନାହିଁ । କେହି ବି ପ୍ରଶ୍ନ କରୁନାହାନ୍ତି ଏହି ତାଲିକାରେ କେତେ ସତ , କେତେ ମିଛ ? ସରକାର ଏହି ତାଲିକାକୁ କ’ଣ କରିବେ? ଯାଞ୍ଚ କରିବେ ନା ନାହିଁ ? ସମ୍ପତ୍ତି ଠୁଳ କରିଥିବା ଓ ମିଛ ତଥ୍ୟ ଦେଇଥିବା ମନ୍ତ୍ରୀଙ୍କ ବିରୋଧରେ ସରକାରଙ୍କ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ କି ? ଯଦି ନୁହେଁ ତେବେ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା ଘୋଷଣା ଓ ଗଣମାଧ୍ୟମରେ ଏହାର ପ୍ରଚାର ରାଜ୍ୟର ଟିକସ ଦାତା ଭୋଟରଙ୍କୁ କ’ଣ ସନ୍ଦେଶ ଦେବ ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.