• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଉଜ୍ଜ୍ୱଳାର ଜ୍ୱାଳା …

ଉଜ୍ଜ୍ୱଳାର ଜ୍ୱାଳା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୪ ଅଗଷ୍ଟ ୨୦୨୨

“Clean fuel better life” ସ୍ୱଚ୍ଛ ହୋଗା ଇନ୍ଧନ, ବେହତର ହୋଗା ଜୀବନ … ଇଂରାଜୀ ଓ ହିନ୍ଦୀରେ ଆପଣ ମାନେ ଏହି ସ୍ଲୋଗାନ୍ ନିଶ୍ଚିତ ଭାବେ ଶୁଣିଥିବେ । ଏହା ଥିଲା ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ ଏନଡିଏ ସରକାରଙ୍କର ଏକ ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲୋକପ୍ରିୟ ସ୍ଲୋଗାନ୍ । ପ୍ରତି ମହିଳାଙ୍କ ଆଖିରୁ ଲୁହ ପୋଛିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ । ସେତେବେଳର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବା ସହ ନିଜେ ପାଲଟି ଯାଇଥିଲେ ‘ଉଜ୍ଜ୍ୱଳା ମ୍ୟାନ’ । ଭାବନ୍ତୁତ ଏହି ଯୋଜନାର ଉଦ୍ଦେଶ୍ୟ କେତେ ମହାନ ଥିଲା । ସ୍ଲୋଗାନ୍ ବି କାନକୁ ଶୁଣିବାକୁ ଭଲ ଲାଗୁଥିଲା । ଆମ ଦେଶର ମହିଳା ମାନେ ମଧ୍ୟ ସରକାରଙ୍କୁ କୃତଜ୍ଞତାରେ ପୋତି ପକାଉଥିଲେ । ବିଜେପି ଏହାର ଶ୍ରେୟ ମଧ୍ୟ ନେବାରେ ହେଳା କରିନଥିଲା । ଏପରିକି ନିର୍ବାଚନ ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ବାଣ୍ଟି ବାଣ୍ଟି ବିଜେପିର ନେତା ଓ ମନ୍ତ୍ରୀ ମାନେ ନିର୍ବାଚନ ବୈତରଣୀ ପାର ହୋଇଯାଇଥିଲେ ।

ମାତ୍ର ଆଜି ଏହି ଯୋଜନାର ସ୍ଥିତି କ’ଣ? ଏହି ଯୋଜନା କିପରି ଅଦରକାରୀ ହୋଇଛି ତାର ବାସ୍ତବ ଚିତ୍ର ଜାଣିବାକୁ ମିଳିଛି ଚଳିତଥରର ସଂସଦ ଅଧିବେଶନରେ । କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲିଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତର ହିଁ ବୟାନ କରିଛି ଏହି ଯୋଜନାର ସଫଳତା ବାବଦରେ । ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ କହୁଛି ୨୦୨୧-୨୨ ଆର୍ଥିକ ବର୍ଷରେ ୩୦କୋଟି ୫୩ ଲକ୍ଷ ଏଲପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ମଧ୍ୟରୁ ୨କୋଟି ୧୧ଲକ୍ଷ ଗ୍ରାହକ ଥରେ ହେଲେବି ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି କରିବାରେ ସକ୍ଷମ ହୋଇନାହାଁନ୍ତି । ସେହିପରି ୨କୋଟି ୯୧ଲକ୍ଷ ଗ୍ରାହକ ବର୍ଷ ଭିତରେ ମାତ୍ର ଥରେ ନିଜର ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି କରିପାରିଛନ୍ତି । ଏଥିରୁ ବୁଝିବାକୁ ଚେଷ୍ଟା କରନ୍ତୁ ଆମ ଗୃହିଣୀ ମାନେ ରନ୍ଧନ ଗ୍ୟାସ୍ ବ୍ୟବହାରରେ କିପରି ମିତବ୍ୟୟୀ ହୋଇପାରିଛନ୍ତି ।

 

 

ବର୍ଷୱାରୀ ହିସାବ ପରେ ଟିକେ ନଜର ପକାଇବା, ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ଅର୍ଥାତ ୫ବର୍ଷରେ ୪କୋଟି ୧୩ଲକ୍ଷ ଗ୍ରାହକ ଥରେ ମଧ୍ୟ ନିଜର ଗ୍ୟାସ୍ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରିବାରେ ସମର୍ଥ ହୋଇନାହାନ୍ତି  । ସେହିପରି ଏହି ୫ବର୍ଷରେ ୭କୋଟି ୬୭ଲକ୍ଷ ଗ୍ରାହକ କେବଳ ମାତ୍ର ଥରେ ନିଜର ଗ୍ୟାସ୍ ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି କରିବାରେ ସକ୍ଷମ ହୋଇଛନ୍ତି । ଏହାର ଏକମାତ୍ର କାରଣ ହେଲା ରନ୍ଧନ ଗ୍ୟାସ୍ ର କ୍ରମାଗତ ଦର ବୃଦ୍ଧି ଖାଉଟୀ ମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ।

ତେବେ ଯେଉଁ ଗୃହିଣୀମାନେ ଆଦୌ ନିଜର ଗ୍ୟାସ୍ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରିନଥିବେ ସେମାନେ କିପରି ନିଜର ଗ୍ୟାସ୍ ଚୁଲା ବ୍ୟବହାର କରିଥିବେ? ଯେଉଁ ମାନେ ମାତ୍ର ଥରେ ଗ୍ୟାସ୍ ଭର୍ତ୍ତି କରିଥିଲେ ସେମାନେ କ’ଣ ବର୍ଷ ତମାମ ଗୋଟିଏ ସିଲିଣ୍ଡରରେ ରୋଷେଇ କାର୍ଯ୍ୟ ସମ୍ପାଦିତ କରିଥିବେ? ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଘୋଷଣା କରିଥିବା ଶ୍ରେଷ୍ଠ ଯୋଜନାଟି କିପରି ଚାଲିଛି? ପୂର୍ବର ଉଜ୍ଜ୍ୱଳାମ୍ୟାନଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମହିଳା ମାନଙ୍କ ଆଖିରୁ ଲୁହ ବନ୍ଦ କରିପାରିଛନ୍ତିକି? ଏହି ଯୋଜନାର ଶ୍ରେୟ ନେବା ସହ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା ବିଜେପି ନେତୃତ୍ୱାଧିନ ସରକାର ଏବେ ସେହି ଗ୍ୟାସ୍ ବ୍ୟବହାରରୁ ବଞ୍ଚିତ ହୋଇ କାଠ ଚୁଲା ବ୍ୟବହାର କରୁଥିବା ଗୃହିଣୀ ମାନଙ୍କ ପାଖରେ ଉତ୍ତରଦାୟୀ ରହିବେ ତ ? ତେଣୁ ସରକାରଙ୍କର ଅନେକ ଯୋଜନାର ଉଦ୍ଦେଶ୍ୟ ମହତ୍ ହୋଇଥାଇପାରେ । ସ୍ଲୋଗାନ୍ ଶୁଣିବାକୁ ଭଲଲାଗି ପାରେ ମାତ୍ର ତା ପଛର ସତ ମଧ୍ୟ ଏହି ପରି ନିଷ୍ଠୁର ହୋଇପାରେ । ଉଜ୍ଜ୍ୱଳାର ଆଲୋକରେ  ଆଲୋକିତ ଜନସାଧାରଣ ଏବଂ ସଂସଦକୁ ନିର୍ବାଚିତ ଜନପ୍ରତିନିଧି ମାନେ କେନ୍ଦ୍ର ମନ୍ତ୍ରୀଙ୍କ ତଥ୍ୟ ଦେଖିବା ପରେ  ଜାଣିପାରିଥିବେ ଉଜ୍ଜ୍ୱଳା ପଛର ଅନ୍ଧାରକୁ ….

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.