ସୁଚରିତା ମହାନ୍ତି, ମାହାଙ୍ଗା, କଟକ, ୧୮ ଅଗଷ୍ଟ ୨୦୨୩
ତମେ ଏମିତି କାଗଜ ପୃଷ୍ଠାଟିଏ ଯେ
ତମକୁ ଚିରି ଫୋପାଡ଼ି ପାରୁଚି ନା
କାଗଜ ଡଙ୍ଗାଟେ କରି
ମୌସୁମୀ ଛାତିରେ
ଭସେଇ ପାରୁଚି ।।
କେଜାଣି କାହିଁକି ଇଛା ହୁଏ ବାରମ୍ବାର
ସାଇତି ରଖିବାକୁ
ତମ କଥା କୁହା ଛବି ମାନଙ୍କୁ
ତମ ଅନିଚ୍ଛା ରେ
ଗୋଟେ ଫ୍ରେମ୍ ଭିତରେ ।।
ତମେ ଦେଇଥିବା
ମୁଦା ଲଫାପାଟି ଏବେ ବି
ବନ୍ଦ ହେଇ ରହିଚି
ମୋ ଡାଏରୀ ଭିତରେ
ଭୟର ବତାସ ବହୁଚି
ଖୋଲିବାକୁ ଟିକେ ବି ସାହସ ପାଉନି
ତମେ କାଳେ ଲେଖିଥିବ
ପ୍ରିୟା ! ମୁଁ ତମକୁ
ଭଲ ପାଉଚି ।।