• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅଠା ବୋଳିଦେଲେ ଅଠାୱଲେ

ଅଠା ବୋଳିଦେଲେ ଅଠାୱଲେ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ଅଗଷ୍ଟ ୨୦୨୨

କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେଙ୍କ ବୟାନ ପରେ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ନବୀନ ପଟ୍ଟନାୟକ NDAରେ ଥିଲାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣି ଏବେ NDAରେ ସାମିଲ ହେଲେ ଭଲରେ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମକୁ ଏକଥା କହିଛନ୍ତି ଏବଂ ନବୀନଙ୍କୁ NDAକୁ ଫେରି ଆସିବାକୁ ଅଫର୍ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ବୟାନ ପରେ ବିଜେପି ଓ ବିଜେଡ଼ି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ପୁଣି ଜୋର ଧରିଛି ।

ଯଦିଓ ୨୦୦୯ ପରଠୁ ବିଜେପି ଓ ବିଜେଡ଼ିର ମେଣ୍ଟ ଭାଙ୍ଗି ସାରିଛି ଓ ଉଭୟ ଦଳ ପରସ୍ପର ଵିରୋଧରେ ନିର୍ବାଚନ ଲଢ଼ୁଛନ୍ତି, ତଥାପି କେତେକ ଘଟଣା ଏବେବି ଲୋକଙ୍କ ମନରେ ସନ୍ଦେହ ତିଆରି କରିଛିଯେ ବିଜେଡ଼ି ଓ ବିଜେପି ମଧ୍ୟରେ କିଛି ଅଛି ବୋଲି । ଏବେ ନିକଟରେ ରାଷ୍ଟ୍ରପତି ନିର୍ବାଚନ ବେଳେ NDAର ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବିଜେଡି ଆଗେଇ ଆସିବା ଏବଂ ଆଉ ଦୁଇପାଦ ଆଗକୁ ଯାଇ ତାଙ୍କ ପାଇଁ ଅନ୍ୟ ଦଳର ସମର୍ଥନ ଯୋଗାଡ଼ କରିବା ଘଟଣା ଲୋକେ ଭୁଲି ନାହାନ୍ତି । କେବଳ ସେତିକି ନୁହେଁ, ଉପରାଷ୍ଟ୍ରପତି ନିର୍ବାଚନରେ NDAର ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ କେହି ସମର୍ଥନ କରିବା ପୂର୍ବରୁ ବିଜେଡ଼ିର ଆଗୁଆ ସମର୍ଥନ ଘୋଷଣାକୁ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ଠାରୁ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହଜରେ ଭୁଲି ପାରିବେ ନାହିଁ । ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଝିଅ କହି ବିଜେଡ଼ି ଖସି ଯାଇପାରେ, ମାତ୍ର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନର କାରଣ କଣ କହି ଖସିଯିବ ବିଜେଡ଼ି ? ଏହି ପ୍ରସଙ୍ଗ ନେଇ ବିଜେଡ଼ି, ବିଜେପି ଭିତରେ ସମ୍ପର୍କ ଚର୍ଚ୍ଚା ଶେଷ ହୋଇ ନଥିବା ବେଳେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀଙ୍କର ନବୀନଙ୍କୁ NDA ଫେରିବା ଅଫର୍ ଏବେ ଲୋକଙ୍କୁ ଭାବିବାକୁ ବାଧ୍ୟ କରିବ ।

ଆଗରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡ଼ି ସଂସଦରେ ବିଜେପିକୁ ସମର୍ଥନ ଦେଇ ଆସିଛି । ଜମ୍ମୁକାଶ୍ମୀର ପୁନର୍ଗଠନ୍ ବିଲ୍ , UAPA ସଂଶୋଧନ ପ୍ରସ୍ତାବ , ଟ୍ରିପଲ୍ ତଲାକ୍ ପ୍ରସଙ୍ଗ , RTI ଆଇନ ସଂଶୋଧନ ପ୍ରସ୍ତାଵ ଭଳି ଅନେକ ବିଲ୍ ରେ ବିଜେଡ଼ିର ସମର୍ଥନ ପାଇଛି ବିଜେପି । ଏପରିକି ବିଜେପିର ସଂଖ୍ୟା ନଥିବା ବେଳେ ମଧ୍ୟ ବିଜେଡ଼ି ବିଜେପି ର ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭାକୁ ପଠାଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ଯଦି ବିଜେପି ସହ ବିଜେଡ଼ିର ସମ୍ପର୍କର ତର୍ଜମା କରାଯାଏ, ତାହାଲେ ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ବିଜେପି, ବିଜେଡ଼ି ଭିତରେ ଥିବା ତିକ୍ତତା କମି ଯାଇଛି । ଏପରିକି ଆଞ୍ଚଳିକ ଦଳ ଭାବରେ କେଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଆସୁଥିବା ବିଜେଡ଼ିର ସ୍ୱର ମଧ୍ୟ ଦବି ଯାଇଛି । ମେଣ୍ଟ ଭାଙ୍ଗିବା ପରେ ବିଜେପି ଓ ବିଜେଡ଼ି ମଧ୍ୟରେ ଯେଉଁ ରାଜନୈତିକ ଶତ୍ରୁତା ଦେଖିବାକୁ ମିଳିଥିଲା ତାହା କେବଳ ଏବେ ନିର୍ବାଚନ ସମୟରେ କାଁ ଭାଁ ଦେଖିବାକୁ ମିଳୁଛି । ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ରାଜ୍ୟ ବିଜେପି ମଧ୍ୟ ବିଜେଡ଼ି ପ୍ରତି କୋହଳ ମନୋଭାବ ପୋଷଣ କରୁଛି । ବିଜେପିର କର୍ମୀଙ୍କୁ ଏହାର କାରଣ ପଚାରିଲେ ଶୁଣିବାକୁ ମିଳୁଛି ଯେ, ସେମାନଙ୍କର କେନ୍ଦ୍ର ମନ୍ତ୍ରୀ ଓ ନେତା ମାନେ ବିଜେଡ଼ି ସହ ସାଲିସ୍ କରୁଥିବା ବେଳେ ଦଳ କିପରି ବିଜେଡ଼ିକୁ ବିରୋଧ କରିବ ? ସିଧା ଭାବରେ ବୁଝିବାକୁ ଗଲେ ବିଜେଡ଼ି ଓ ବିଜେପି ମଧ୍ୟରେ ସଡ଼କରୁ ସଂସଦ ଭବନ ଯାଏ ଚାଲିଥିବା ଲଢ଼େଇ ଏବେ ଆଉ ଦେଖବାକୁ ମିଳୁନି । ଉଭୟ ଦଳ ଏ କଥାକୁ ଯେତେ ଅସ୍ବୀକାର କଲେବି ଲୋକମାନେ ଏହା ବୁଝିଗଲେଣି ।

ଲୋକମାନେ ଯେତେବେଳେ ବିଜେଡ଼ି ଓ ବିଜେପିର ଅଘୋଷିତ ବା ଅଲିଖିତ ବୁଝାମଣାର କାରଣ ଖୋଜୁଛନ୍ତି ଠିକ୍ ସେତିକିବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ NDA ଫେରିବା ପ୍ରସଙ୍ଗ ଲୋକଙ୍କ ଭାବନାକୁ ଆହୁରି ପ୍ରଭାବିତ କରିଛି । ବିଜେପି ଓ ବିଜେଡ଼ି ମଧରେ ଥିବା ଭିତିରିଆ ସମ୍ପର୍କକୁ ଯେତେବେଳେ ଦୁଇ ଦଳ ଅସ୍ବୀକାର କରୁଛନ୍ତି ଠିକ୍ ସେତିକି ବେଳେ କେନ୍ଦ୍ର ମନ୍ତ୍ରୀ ଅଠାୱଲେ ଦୁଇଦଳର ମୁଣ୍ଡରେ ସମ୍ପର୍କର ଅଠା ବୋଳି ଦେଇଗଲେ । ଯଦିଓ ଗଣମାଧ୍ୟମରେ ବିଜେପି ଓ ବିଜେଡ଼ି ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ମାତ୍ର ଅଠାୱଲେଙ୍କ ଅଠା ବିଜେପି ଓ ବିଜେଡ଼ି ମୁଣ୍ଡରୁ ଛାଡିବା ସହଜ ନୁହେଁ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.