• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିରୋଧୀ ମୁକ୍ତ ଓଡିଶା ….

ବିରୋଧୀ ମୁକ୍ତ ଓଡିଶା ….
Share on FacebookShare on Xshare on Whatsappshare on Linkedin

ସେପ୍ଟେମ୍ବର ୨୦୨୧ରେ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍‌.ପି.ଏଫ୍‌) ନାଗାଲାଣ୍ଡର ମୁଖ୍ୟ ବିରୋଧୀ ଦଳ ଘୋଷଣା କଲା ଯେ ନାଗାଲାଣ୍ଡରେ ଶାସନ କ୍ଷମତାରେ ଥିବା ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗେସିଭ ପାର୍ଟି (ଏନ୍‌.ଡି.ପି.ପି) ସହ ମିଶିଯିବ ଏବଂ ସରକାରରେ ସାମିଲ ହେବ । ଦୁଇ ଦଳ ମଧ୍ୟ ଏକ ହୋଇଗଲେ । ଏହା ପୂର୍ବରୁ ମଧ୍ୟ ୨୦୧୫ରେ ମଧ୍ୟ ବିରୋଧୀ କଂଗ୍ରେସର ୮ଜଣ ସଦସ୍ୟ ସେତେବେଳର ଶାସକ ଦଳ ନାଗା ପିପୁଲ୍ସ ଫ୍ରଣ୍ଟ ସାଥିରେ ମିଶିଯାଇଥିଲେ । ତେଣୁ ନାଗାଲାଣ୍ଡ ଏବେ ବିରୋଧୀ ଶୂନ୍ୟ ରାଜ୍ୟ ହୋଇଯାଇଛି । ମାତ୍ର ଓଡିଶାରେ ଯଦିଓ ଏଭଳି ମିଶ୍ରଣ ବିଧିବଦ୍ଧ ଭାବେ ହୋଇନାହିଁ ତେବେ ରାଜ୍ୟର ରାଜନୈତିକ ସ୍ଥିତି ବିରୋଧୀ ଶୂନ୍ୟ ବୋଲି ଭାବିବାକୁ ବାଧ୍ୟ କରୁଛି ।

ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସର ଗତିବିଧି ଉପରେ ନଜର ପକାଯାଏ, ତେବେ ଏହାର ସ୍ଥିତି ସଂପର୍କରେ ଜାଣି ହେବ । ପୂର୍ବରୁ ବିରୋଧୀ ଦଳର ନେତା ଥିବା ଉୁପିନ୍ଦର ସିଂ, କଂଗ୍ରେସର ୩ଜଣ ପୂର୍ବତନ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ପ୍ରଦୀପ ମାଝୀ, ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶି ସାରିଛନ୍ତି । ସେମାନଙ୍କୁ ଅନୁସରଣ କରି ବହୁ କଂଗ୍ରେସ ନେତା, ପୂର୍ବତନ ବିଧାୟକ ଓ ସାଂସଦ ମାନେ ନିଜ ଦଳକୁ ଛାଡି ଶାସକ ଦଳର ବଶତା ସ୍ୱୀକାର କରିସାରିଲେଣି । ଏପରିକି ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ସମେତ ଆଉକିଛି ବିଧାୟକ ବିଜେଡିର ଶରଣାପନ୍ନ ହୋଇପାରନ୍ତି । ଏକଦା ଓଡିଶାରେ ପ୍ରଭାବଶାଳୀ ରାଜନୈତିକ ଦଳ ଥିବା କଂଗ୍ରେସ ଆଜି ବିଜେଡି ପାଖରେ କେତେ ଅସହାୟ ତାହା ଜଣାପଡୁଛି ।

ସେହିପରି ୨୦୧୯ରେ ଲୋକଙ୍କ ଦ୍ୱାରା ଜନାଦେଶ ପାଇ ପ୍ରମୁଖ ବିରୋଧୀ ଦଳ ହୋଇଥିବା ବିଜେପିର ସ୍ଥିତି ଆଜି କ’ଣ । କଂଗ୍ରେସ ଭଳି ବିଜେପିର ମଧ୍ୟ ବହୁ ନେତା ଏବେ ବିଜେଡିରେ ସାମିଲ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର କିଛି ମୁଖପାତ୍ର, ବିଧାୟକ, ଏବଂ ସାଂସଦ ଏବେ ଠାରୁ ବିଜେଡିର କ୍ଷମତା କେନ୍ଦ୍ର ନିକଟରେ ଭିଡ ଜମାଇବା ଆରମ୍ଭ କଲେଣି ।

କେବଳ ବିଜେଡିରେ ବିଜେପି ନେତା ମିଶୁଛନ୍ତି ତାହା ନୁହେଁ ଆଉକିଛି ବିଜେପିର ବରିଷ୍ଠ ନେତା ତଥା କ୍ଷମତାରେ ଥିବା ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଶାସକ ବିଜେଡି ପାଖରେ ଆତ୍ମ ସମର୍ପଣ କରିଥିବା ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଚାଲିଛି । ଓଡିଶାରେ ବିଜେଡି ଓ ବିଜେପି ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ମଧ୍ୟ ଶାସକ ଓ ବିରୋଧିଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପ ଆଜିକାଲି ଦେଖିବାକୁ ମିଳୁନାହିଁ । ଶୁଣାଯାଉଛି ଯେ ବିଜେପିର କ୍ଷମତାଶାଳୀ କିଛି ନେତାଙ୍କୁ ଶାସକ ବିଜେଡି ନିର୍ବାଚନ ଜିତିବାରେ ସହଯୋଗ କରିବ ଏବଂ ବିଜେପିର ସେହି ନେତାମାନେ ବିଜେଡିର କ୍ଷମତାଶାଳୀ ଗୋଷ୍ଠୀଙ୍କୁ ସମାଲୋଚନା କରିବେ ନାହିଁ । ଏଭଳି ଏକ ଆଘୋଷିତ ରାଜିନାମା ହୋଇଥିବା ନେଇ ଜନସାଧାରଣଙ୍କ ଭିତରେ ଆଲୋଚନା ହେଉଛି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ଅନ୍ୟ ରାଜ୍ୟର ରାଜନୈତିକ ସ୍ଥିତି ନେଇ ଅବଗଣନା ଆରମ୍ଭ ହୋଇଥିବା ବେଳେ ଓଡିଶାର ରାଜନୀତି ଏକରକମ ସ୍ଥିର ହୋଇଯାଇଛି । ଶାସକ ବିଜେଡିର ବିରୋଧୀ ସନ୍ତୁଷ୍ଟି ନୀତି ଏବଂ କଂଗ୍ରେସ ଓ ବିଜେପିର ଆତ୍ମସମର୍ପଣ ଭାବ ଦେଖିବା ପରେ ଲୋକଙ୍କ ମନରେ ଏବେ ଅନକେ ପ୍ରଶ୍ନ ସୃଷ୍ଟି ହୋଇଛି ୨୦୨୪ ନିର୍ବାଚନରେ ବିଜେଡି ସହିତ କିଏ ଲଢିବ ? ନିର୍ବାଚନ ପୂର୍ବରୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହାତ ଟେକି ଦେବେନି ତ ? ନାମକୁ ମାତ୍ର ନିର୍ବାଚନରେ ବିଜେଡି, ବିଜେପି ଭିତରେ ପ୍ରତିଦ୍ୱନ୍ଦିତା ହୋଇ ନାଗାଲାଣ୍ଡ ପରି ଓଡିଶାରେ ଏକ ମିଳିତ ସରକାର ହେବନିତ ?

Nirvik Bureau

Nirvik Bureau

Related Posts

ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…
Politics

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

by Nirvik Bureau
July 31, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୧ ଜୁଲାଇ ୨୦୨୬ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା। ସରକାରଙ୍କୁ ଘେରିବା,କିନ୍ତୁ ସେହି ଜବାବ ମାଗିବାର...

Read more
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.