• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗର୍ବ କରିବାର କଥା…..

ଗର୍ବ କରିବାର କଥା…..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୩ ସେପ୍ଟେମ୍ବର ୨୦୨୨

୨୦୨୧ ମସିହାର NCRB (ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ)ର ରିପୋର୍ଟ କହୁଛି ଦେଶରେ ପୂର୍ବ ବର୍ଷ ତୁଳନାରେ ଦୁର୍ନୀତି ବଢିଛି । ସର୍ବାଧିକ ଦୁର୍ନୀତି ବିରୋଧରେ ମାମଲା ହୋଇଥିବା ରାଜ୍ୟ ମଧ୍ୟରେ ୭୭୩ଟି ମାମଲା ସହ ମହାରାଷ୍ଟ୍ର ୧ମ ସ୍ଥାନ ହାସଲ କରିଥିବା ବେଳେ, ୫୦୧ ମାମଲା ସହ ରାଜସ୍ଥାନ ୨ୟ ସ୍ଥାନ, ୪୨୩ ମାମଲା ସହ ତାମିଲନାଡୁ ୩ୟ ସ୍ଥାନ, ୩୬୦ ମାମଲା ସହ କର୍ଣ୍ଣାଟକ ୪ର୍ଥ ସ୍ଥାନ ଏବଂ ଆମ ଓଡିଶା ୨୬୫ ମାମଲା ସହ ୫ମ ସ୍ଥାନ ଅଧିକାର କରିଛି ।

ଓଡିଶାରେ ଗତବର୍ଷ ୯୮ଟି ଟ୍ରାପ୍ କେଶ୍ ଥିବା ବେଳେ ଦେଶର ସର୍ବାଧିକ ୯୨ଟି ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଛି । ୧୦ଟିର ଫାଇନାଲ ରିପୋର୍ଟ ଦିଆଯାଇଥିବା ବେଳେ ୨୪୭ଟିର ଚାର୍ଜସିଟ୍ ହୋଇଛି । ଗତବର୍ଷ ଶେଷ ସୁଦ୍ଧା ୧୫୯୦ଟି ମାମଲା ବିଚାର ନହୋଇ ପଡ଼ି ରହିଛି । ଯାହାକି ଓଡିଶାକୁ ସାରା ଦେଶର ପଡ଼ି ରହିଥିବା ମାମଲା ସଂଖ୍ୟାରେ ୨ୟ ସ୍ଥାନରେ ରଖିଛି। ୩୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୩୫୫୯ ମାମଲାର ଟ୍ରାଏଲ୍ ପଡ଼ିରହିଛି । ଦୋଷୀ ସାବ୍ୟସ୍ତ ହାର ୪୨.୫ ପ୍ରତିଶତ ରହିଥିବା ବେଳେ ବିଚାର ନହୋଇ ପଡି ରହିଥିବା ମାମଲାର ହାର ରହିଛି ୯୬.୧ ପ୍ରତିଶତ । ୧୭୫ ଜଣ ଗିରଫ ହୋଇଥିବା ବେଳେ ୫୪୮ ମାମଲାର ଚାର୍ଜସିଟ୍ ହୋଇଛି । ୪୬ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୬୬ଜଣ ଦୋଷମୁକ୍ତ ହୋଇଛନ୍ତି । ୧୨ଜଣଙ୍କର ଚାକିରୀ ଯାଇଛି । ରିପୋର୍ଟ ଅନୁସାରେ ୧୧୧ଜଣ ସରକାରୀ ଓ ୪୪ଜଣ ବେସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଗ୍ରହଣ କରିଥିବା ଓଡିଶା ସରକାରଙ୍କ ବାବଦରେ NCRB ର ଏହି ତଥ୍ୟ କ’ଣକହୁଛି ? ଦୁର୍ନୀତି ବିରୋଧୀ ମାମଲାରେ ଯଦି ଆମ ରାଜ୍ୟ ୫ମ ସ୍ଥାନରେ ରହିଛି ତାହାଲେ ଓଡିଶାରେ ଦୁର୍ନୀତି ବଢିଛି ନା କମିଛି? ଦେଶର ସର୍ବାଧିକ ଆୟବର୍ହିଭୁତ ମାମଲା ଯଦି ଓଡିଶାରେ ତେବେ ବିଗତ ବର୍ଷ ମାନଙ୍କରେ ଆୟବର୍ହିଭୁତ ସମ୍ପତ୍ତି ଅଧିକ ଠୁଳ ହୋଇଛି କି ନାହିଁ?

NCRB ରିପୋର୍ଟ ଅନୁଯାୟୀ ଯଦି ବେସରକାରୀ କର୍ମଚାରୀଙ୍କ ଅପେକ୍ଷା ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟା ନୁଷ୍ଠାନ ନେଇଛି ତେବେ ଆମ ରାଜ୍ୟରେ ଅଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନେ ନୁହଁନ୍ତି କି ?

ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ଠାରୁ ଯଦି ଅଧିକ ନିର୍ଦ୍ଦୋଷ ପ୍ରମାଣିତ ହେଉଛି ତେବେ ମାମଲା ଗୁଡିକର ଆଧାର ନେଇ ସନ୍ଦେହ ରହିବ ନାହିଁ କି?

ଦୋଷୀ ସାବ୍ୟସ୍ତର ହାର ଠାରୁ ଯଦି ପଡି ରହିଥିବା ମାମଲାର ସଂଖ୍ୟା ଓ ଏହାର ପ୍ରତିଶତ ଯଥେଷ୍ଟ ଅଧିକ ହୁଏ ତେବେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଆମର କାର୍ଯ୍ୟାନୁଷ୍ଠାନର ଗତି ଶିଥିଳ ନୁହେଁ କି? ଯଦି ଗୋଟିଏ ରାଜ୍ୟରେ ସର୍ବାଧିକ ଆୟବର୍ହିଭୁତ ସମ୍ପତ୍ତି ମାମଲା ରୁଜୁ ହୁଏ ଓ ସରକାରୀ କର୍ମଚାରୀମାନଙ୍କ ସଂପୃକ୍ତି ଏଥିରେ ଅଧିକ ରହେ ତେବେ ଲୋକଙ୍କ ବିଚାରରେ ଓଡିଶାକୁ ଦୁର୍ନୀତି ମୁକ୍ତ କରାଯିବା ପାଇଁ ନିଆଯାଉଥିବା ପ୍ରଶାସନିକ ପଦକ୍ଷେପ ଯଥେଷ୍ଟ କି ? ପରିଶେଷରେ ଓଡିଶାରେ ଦୁର୍ନୀତି ମାମଲା ଅନେକ ସମୟ ଧରି ବହୁ ସଂଖ୍ୟାରେ ବିଚାର ନହୋଇ ପଡ଼ି ରହିବା ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନର ସଂଖ୍ୟାକୁ ଦେଖିବା ପରେ ଓଡିଶାବାସୀ ଦୁର୍ନୀତି ବିରୋଧୀ ପଦକ୍ଷେପକୁ ନେଇ ଗର୍ବ କରିବେ କି ନାହିଁ ତାହା ବିଚାର କରିବା କଥା ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.