• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନବୀନଙ୍କ ନିରବ ସଂକେତ

ନବୀନଙ୍କ ନିରବ ସଂକେତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ଅକ୍ଟୋବର ୨୦୨୨

ପ୍ରତିଷ୍ଠିତ ଇଂରାଜୀ ପତ୍ରିକା “The Week” ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଏକ ସାକ୍ଷାତକାର ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ତିଆରି କରିଛି । ଏହି ସାକ୍ଷାତକାରଟିରେ ଓଡ଼ିଶା ସରକାରଙ୍କ ଅନେକ ସଫଳ କାହାଣୀ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବଖାଣି ଥିବାବେଳେ ନିଜର ରାଜନୈତିକ ଭବିଷ୍ୟତ ଓ ଉତ୍ତରାଧିକାରୀ ପ୍ରସଙ୍ଗରେ କିଛି ଇଶାରା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ଥିଲା “ଆପଣ ଆଉ କେତେ ଥର ଅଧିକ ନିର୍ବାଚନ ଲଢ଼ିପାରିବେ ?” ଯାହାର ଉତ୍ତର ସେ ଦେଇଛନ୍ତି ଯେ “ଗତ ଦୁଇ ଦଶନ୍ଧି ଧରି ମୁଁ ଓଡ଼ିଶାର ଲୋକଙ୍କର ଆଶୀର୍ବାଦ ପାଇଛି , ଆମ ଦଳ ପ୍ରତି ନିର୍ବାଚନରେ ଅଧିକ ରୁ ଅଧିକ ଭୋଟ ପାଇଚାଲିଛି । ଏହା ମୋ ପାଇଁ ଏକ ନିରନ୍ତର ଆଧ୍ୟାତ୍ମିକ ଯାତ୍ରା ପାଲଟିଛି ଓଡ଼ିଶା ଲୋକଙ୍କ ସେବାରେ ।” ଏହି ଉତ୍ତରକୁ ଯଦି ତର୍ଜମା କରାଯାଏ ତେବେ ଏହା ସ୍ପଷ୍ଟ ଯେ, ସେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି ।

ସେହିପରି ଆଉ ଗୋଟିଏ ପ୍ରଶ୍ନ ଥିଲା ଏହିପରି “ଆପଣଙ୍କ ଉତ୍ତରାଧିକାରୀ କିଏ ହେବ, ଏନେଇ କିଛି ଯୋଜନା ହେଲାଣି କି ?” ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ “ବିଜେଡି ଏକ ଚଳଚଞ୍ଚଳ ଥିବା ରାଜନୈତିକ ଦଳ ଯାହାକି ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିଶ୍ୱାସ କରେ, ଏହା ଓଡ଼ିଶାର ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିଛି ଏବଂ ଦଳରେ ଏକ ନିର୍ଦ୍ଦିଷ୍ଟ ଯୋଜନା ସ୍ଥିର ହୋଇଛି ଯାହା ଦ୍ୱାରା ଆସୁଥିବା ଲମ୍ବା ସମୟ ପାଇଁ ଏହା ଲୋକଙ୍କର ସେବା କରିପାରିବ ।” ଏହି ଉତ୍ତରକୁ ଯଦି ଭଲ ଭାବେ ବୁଝିବା ପାଇଁ ଚେଷ୍ଟା କରାଯାଏ ତେବେ ଏହା ସ୍ପଷ୍ଟ ଯେ, ବିଜେଡିରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି । ଅଳ୍ପ କଥା କହୁଥିବା ଓ ଗଣମାଧ୍ୟମରେ ମାପି ଚୁପି ବୟାନ ରଖୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏଇ ଦୁଇଟି ପ୍ରଶ୍ନର ଉତ୍ତର ଅନେକ କିଛି ସନ୍ଦେଶ ଦେଇଛି । ଆଗକୁ ଲମ୍ବା ସମୟ ବିଜେଡି ଓଡ଼ିଶାର କ୍ଷମତା ଦଖଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାହା ବୋଧହୁଏ ସ୍ଥିର ହୋଇସାରିଛି ।

ସେହିପରି ଆଉ କିଛି ଆଭାସ ବାବଦରେ ମଧ୍ୟ ଆଲୋଚନା କରାଯାଇ ପାରେ । କିଛି ଦିନ ପୂର୍ବରୁ ଏକ କର୍ମଶାଳାରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବକ୍ତବ୍ୟ ମଧ୍ୟ କିଛି ଭିନ୍ନ ବାର୍ତ୍ତା ଦେଇଛି । ଯେଉଁ ଭଳି ଭାବେ ସେ ଏହି କାର୍ଯ୍ୟକ୍ରମ ପରିଚାଳନା କଲେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏବଂ ବରିଷ୍ଠ ଓ ଯୁବ ନେତୃତ୍ୱକୁ ଯାହା ସନ୍ଦେଶ ଦେଲେ ତାହା ଏହିପରି ବୁଝାଯାଇ ପାରେ । ଦଳ ସିନା ବିଜୁ ବାବୁଙ୍କ ନାଁରେ ଗଠନ ହୋଉଛି ମାତ୍ର ଏହା ବିଜୁ ଲିଗାସୀ ପରିବର୍ତ୍ତେ ନବୀନ ଲିଗାସୀକୁ ନେଇ ଚାଲିବ । ଅର୍ଥାତ ବିଜୁ ବାବୁ ଅତୀତ, ନବୀନ ବାବୁ ଆଦର୍ଶ ଓ ଭବିଷ୍ୟତର ନେତୃତ୍ୱ ଆଉ କାହା ହାତରେ ରହିବ । କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବରିଷ୍ଠ ନେତାଙ୍କୁ ବିଶ୍ରାମ ପ୍ରକ୍ରିୟା ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଶେଷ ହୋଇଯାଇପାରେ, ଅର୍ଥାତ ବିଜୁ ବାବୁଙ୍କ ସହ କାମ କରିଥିବା ବହୁ ନେତା ଏଥର ନିର୍ବାଚନ ଆଉ ନ ଲଢ଼ିବାର ସମ୍ଭାବନା ଅଧିକ । ତେବେ ନବୀନଙ୍କ ଇଶାରା ଓ ପ୍ରଣବଙ୍କ ବାର୍ତ୍ତା ଦଳ ଭିତରେ ଓ ବାହାରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଶ୍ରାମ ନେବାକୁ ଥିବା ନେତାଙ୍କ ପରିବାରରୁ ଉତ୍ତରାଧିକାରୀ ସୂତ୍ରରେ ଅଧିକ ଟିକେଟ ଦେବ କି ବିଜେଡି ? ଆମଦାନୀ ନେତା ମାନଙ୍କର ନିର୍ବାଚନ ଲଢ଼ିବାର ପ୍ରତିଶତ ପୂର୍ବ ଥର ଠାରୁ ବଢ଼ିବ କି ? ବିଜେଡିରେ “ମୁଁ ନୁହେଁ ଏବେ ଆମେ” ର ଯୁଗ ଆରମ୍ଭ ହେବାକୁ ଯାଉନି ତ ? ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି କି ? ଯଦି ଏହି ପ୍ରକ୍ରିୟା ଶେଷ ହୋଇଯାଇଛି ତେବେ ଦଳର ମଙ୍ଗ କିଏ ସମ୍ଭାଳିବ ? ପରିବାରରୁ, ଦଳଭିତରେ ଏବେ ସକ୍ରିୟ ଥିବା ନେତା ନା ଆଉ କୌଣସି ବ୍ୟକ୍ତି ?

ତେବେ ଇଂରାଜୀ ପତ୍ରିକା “The Week” ର ଶିରୋନାମା ଅନୁଯାୟୀ ନବୀନ ପଟ୍ଟନାୟକ ହେଉଛନ୍ତି “Grand Master of Politics” । ରାଜନୈତିକ ସମୀକ୍ଷକଙ୍କ ମତରେ ନିରବତାକୁ ନିଜର ଭାଷା ବୋଲି ବୁଝିଥିବା ନବୀନ ପଟ୍ଟନାୟକଙ୍କ ଏହି ସଙ୍କେତକୁ କେବଳ ବୁଝିବା ଲୋକହିଁ ବୁଝିପାରିବେ ।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.