• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶା ବିଜେପି ରେ ବଂଶଲ୍ ଅଧ୍ୟାୟ

ଓଡ଼ିଶା ବିଜେପି ରେ ବଂଶଲ୍ ଅଧ୍ୟାୟ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୫ ସେପ୍ଟେମ୍ବର ୨୦୨୨

କିଛି ଦିନର ନିରବତା ପରେ ରାଜ୍ୟ ବିଜେପି ରାଜନୀତି ଏବେ କଡ଼ ଲେଉଟାଇଛି । ନୂଆ ପ୍ରଭାରୀ ଦାୟିତ୍ୱ ନେବାପରେ ସୁନୀଲ ବଂଶଲ୍ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି । ନୂଆ ପ୍ରଭାରୀଙ୍କୁ ଜୋରଦାର ସ୍ୱାଗତ କରିଛି ରାଜ୍ୟ ବିଜେପି । ସୁନୀଲ ବଂଶଲ୍ ଙ୍କ ନିଯୁକ୍ତି ପରେ ରାଜ୍ୟ ବିଜେପି ଶିବିରରେ ଅନେକ ଆଲୋଚନା ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶ ନିର୍ବାଚନ ସଫଳତାର ଶ୍ରେୟ ପାଇଥିବା ବଂଶଲ୍ ଓଡ଼ିଶା ରେ ମଧ୍ୟ ମାଟିକାମୁଡ଼ି ପଡିଥିବା ବିଜେପି କୁ ଆଗାମୀ ସାଧାରଣ ନିର୍ବାଚନରେ ବିଜୟର ସ୍ୱାଦ ଚଖାଇବେ ବୋଲି ଏକ ଧାରଣା କର୍ମୀମାନଙ୍କ ମଧ୍ୟରେ ପହଂଚାଇବାକୁ ଉଦ୍ୟମ କରାଯାଇଛି ।

ତେବେ ରାଜ୍ୟ ବିଜେପିର ସ୍ଥିତିକୁ ଯଦି ୨୦୦୯ ମସିହା ପରଠାରୁ ତର୍ଜମା କରାଯାଏ, ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଭଲ ସମୟ ଥିଲା । ଯେତେବେଳେ ସାରା ଭାରତରେ ମୋଦି ଲହର ସଫଳ ହେଲା ମାତ୍ର ଓଡ଼ିଶା ରେ ତାହା ପ୍ରଭାବ ଶୂନ୍ୟ ହେଲା କାହିଁକି ? ଦୁର୍ବଳ ସଂଗଠନ ଓ ନେତାଙ୍କ ବାହାସ୍ଫୋଟ ରାଜ୍ୟ ବିଜେପି କୁ ୨୦୧୯ ନିର୍ବାଚନରେ ମଧ୍ୟ ୨୦୧୪ ନିର୍ବାଚନ ପରି ବିଫଳତାର ସ୍ୱାଦ ଚଖାଇଲା । ତଥାପି ରାଜ୍ୟ ବିଜେପି ର ନେତାମାନେ ଚେତିଲେ ନାହିଁ । ବିଜେଡ଼ି ସହ ମେଣ୍ଟ ଭାଙ୍ଗିବା ପରେ ରାଜ୍ୟ ବିଜେପି ର କିଏ ନେତୃତ୍ୱ ନେବ ଓ ବିଜେଡ଼ି କୁ ଟକ୍କର ଦେବ ତାହା ଦଳ ଚିନ୍ତା କରିପାରିଲା ନାହିଁ । କନ୍ଧମାଳ ଦଙ୍ଗା ପରେ ବିଜେପି ଏଠାରେ ହିନ୍ଦୁମାନଙ୍କର ଭୋଟ୍ ବ୍ୟାଙ୍କ କୁ ନିଜ ସପକ୍ଷରେ ନେଇ ପାରିଲାନାହିଁ ଏବଂ ଆଦିବାସୀ, ଦଳିତ, ପଛୁଆବର୍ଗ ଏପରିକି ଉଚ୍ଚ ବର୍ଗର ଭୋଟ୍ ମଧ୍ୟ ବିଜେପି ସହ ରହିଲା ନାହିଁ । ଦଳର ଦୂରଦୃଷ୍ଟିର ଅଭାବ ଓ ଭୁଲ ରଣନୀତି ଯୋଗୁଁ ବିଜେପି ବାରମ୍ବାର ନିର୍ବାଚନରେ ହାରି ଚାଲିଛି ।

ସେତେବେଳର ପ୍ରଭାରୀ ଅରୁଣ ସିଂ ଙ୍କ ଠାରୁ ଆରମ୍ଭକରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା ମଧ୍ୟ ଓଡ଼ିଶା ରେ ବିଜେପି କୁ ସଫଳତା ଦେଇ ପାରିଲେ ନାହିଁ । ଖୋଦ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହାଙ୍କ ରଣନୀତି ମିଶନ ୧୨୦ ଏବେବି ଓଡ଼ିଶା ବିଜେପି ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଥିବା ବସନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂ ଉଭୟ ଏହି ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ଦାୟୀ ବୋଲି ନିଜେ ସ୍ୱୀକାର କରିଥିଲେ ମଧ୍ୟ ପ୍ରକୃତରେ ଏହି ବିଫଳତାର ନାୟକ ଥିଲେ ରାଜ୍ୟସଂଗଠନକୁ ରିମୋର୍ଟ କଣ୍ଟ୍ରୋଲ୍ ରେ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦ୍ୱାରା ପରିଚାଳିତ ଏକ ପ୍ରଭାବଶାଳୀ ଗୋଷ୍ଠୀ । ୨୦୧୪ ଓ ୨୦୧୯ ଉଭୟ ସାଧାରଣ ନିର୍ବାଚନରେ ବିଜେପି ସାରା ଦେଶରେ ବିଜୟବାନା ଉଡ଼େଇବାରେ ସଫଳ ହୋଇଥିବାବେଳେ କେବଳ ଓଡ଼ିଶା ହୋଇଥିଲା ବିଜେପି ପାଇଁ ଅପହଞ୍ଚ । ଏପରିକି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ପରିଚାଳିତ ଗୋଷ୍ଠୀ ରାଜ୍ୟ ବିଜେପିକୁ ୨୦୧୯ ନିର୍ବାଚନରେ ଆଖିଦୃଶିଆ ସଫଳତା ଦେଇ ପାରିନଥିଲେ । ନିଜେ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଙ୍କ ରଣନୀତି ଓଡ଼ିଶାରେ ଫିକା ପଡିଯାଇଥିଲା ନିର୍ଦ୍ଧିଷ୍ଟ କିଛି ନେତାଙ୍କ ଯୋଗୁଁ ।

ତେବେ ଆଜିର ଦିନରେ ଅନେକ ବରିଷ୍ଠ ନେତା ଯେଉଁମାନେ ଦଳକୁ ମଜଭୁତ୍ କରାଇ ପାରନ୍ତେ ସେମାନେ ଏବେ ଦଳପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି । ଖାରବେଳ ସ୍ୱାଇଁ, ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କ ସହଯୋଗ ଦଳ ଲୋଡୁନାହିଁ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ନେତୃତ୍ୱ ମଧ୍ୟରେ କନ୍ଦଳ ତୀବ୍ର ହେବାରେ ଲାଗିଛି । ଅପରାଜିତାଙ୍କ ଲୋକପ୍ରିୟତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ହଜମ କରିବା ମୁଡ଼ରେ ନାହାନ୍ତି । ଦଳ ଭିତରେ ଏବେ ଆରମ୍ଭ ହେଇଯାଇଛି ପତିଆରାର ଲଢ଼େଇ । ପଶ୍ଚିମ ଓଡିଶାର ଟାଣୁଆ ନେତା ଜୁଏଲ ଓରାମ, ସୁରେଶ ପୂଜାରୀ ଆଦି ମଧ୍ୟ ଉପେକ୍ଷିତ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏପରିସ୍ଥଳେ ନୂଆ ପ୍ରଭାରୀ ସୁନୀଲ ବଂଶଲ୍ କାହାକୁ ନେଇ ଦଳ କୁ ଆଗକୁ ବଢ଼ାଇବେ ? ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ଓ ଅପରାଜିତା ଷଡ଼ଙ୍ଗୀଙ୍କ କ୍ୟାମ୍ପ ମଧ୍ୟରେ ସମନ୍ୱୟ ରଖି ପାରିବେ ତ ? ଏକଦା ବିଜେପିର ଗଡ଼ ଥିବା ପଶ୍ଚିମ ଓଡିଶାରେ ଦଳର ଟାଣୁଆ ନେତାଙ୍କୁ ଏକାଠି କରିପାରିବେ ତ ? ପୂର୍ବ ପ୍ରଭାରୀଙ୍କ ଭଳି ସୁନୀଲ ବଂଶଲ୍ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରାରେ ନାଚିବେ ନା ଲୋକଙ୍କର ପସନ୍ଦର ଚେହେରାକୁ ୨୦୨୪ ପାଇଁ ଦଳର ପ୍ରମୁଖ ଚେହେରା କରିବେ ? ଓଡିଶା ବିଜେପି କୁ ନିର୍ବାଚନ ଜିତିବାର କୌଶଳ ଶିଖାଇବେ ନା ବିଜେଡ଼ି ସହ ଥିବା ଭିତିରି ସମ୍ପର୍କକୁ ଆହୁରି ମଜବୁତ୍ କରିବେ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.